Below header

ସୁପ୍ରିମ୍‌କୋର୍ଟ ଗଲେ ମହୁଆ ମୈତ୍ର, ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ ଦାଖଲ କଲେ ପିଟିସନ

ସୁପ୍ରିମ୍‌କୋର୍ଟ ଗଲେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର। ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହେବା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମ୍‌କୋର୍ଟ ଗଲେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର। ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହେବା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମହୁଆ ପିଟିସନ ଦାଖଲ କରି ତାଙ୍କ ବିରୋଧରେ ଏଥିକ୍ସ କମିଟିର ସୁପାରିଶ ଏବଂ ଏହାକୁ ଆଧାର କରି ଲୋକସଭାରୁ ପ୍ରସ୍ତାବ ପାରିତ ହେବାକୁ ଭୁଲ୍‌ ବୋଲି ଦର୍ଶାଇଛନ୍ତି।

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ଲୋକସଭାର ଏଥିକ୍ସ କମିଟି ଯାଞ୍ଚରେ ଜାଣିବାକୁ ପାଇଥିଲା ଯେ ମହୁଆ ମୈତ୍ର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସଂସଦର ଲଗଇନ୍ ଆଇଡି-ପାସୱାର୍ଡ ଦେଇଛନ୍ତି। ଟିଏମ୍‌ସି ନେତାଙ୍କ ମାଧ୍ୟମରେ ଏମିତି କରିବା କାରଣରୁ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ଆସିଥିଲା। ଏପରି କି, ଲଗଇନ୍ ଆଇଡି-ପାସୱାର୍ଡ ଦେବା ବଦଳରେ ମହୁଆଙ୍କୁ ହିରାନନ୍ଦାନୀଙ୍କ ମାଧ୍ୟମରେ ନଗଦ ଅର୍ଥ ଏବଂ ଉପହାର ମଧ୍ୟ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଏଥିକ୍ସ କମିଟିର ସୁପାରିଶ କ୍ରମେ ମହୁଆଙ୍କ ସଦସ୍ୟତା ରଦ୍ଦ କରାଯାଇଛି।

ସେପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମହୁଆ। ସେ କହିଛନ୍ତି ଯେ କମିଟି ପାଖରେ ସଦସ୍ୟତା ରଦ୍ଦ କରିବାର କୌଣସି ଅଧିକାର ନାହିଁ। ସେ ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ନେଇଥିବାର କୌଣସି ପ୍ରମାଣ ମଧ୍ୟ ନାହିଁ। ଏହି ଅଭିଯୋଗ ପ୍ରଥମେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଆଣିଥିଲେ।

ସୂଚନାଯୋଗ୍ୟ, କ୍ୟାଶ୍‌ ଫର୍‌ କ୍ୱେରୀ (ପ୍ରଶ୍ନ ପାଇଁ ଲାଞ୍ଚ ନେବା) ମାମଲାରେ ମହୁଆ ବହିଷ୍କୃତ ହୋଇଛନ୍ତି। ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଲୋକସଭାରେ ଗୁରୁବାର ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କରିଥିଲା। ରିପୋର୍ଟ ଉପରେ ଆଲୋଚନା ପରେ ଏହାକୁ ଭୋଟିଂ ମାଧ୍ୟମରେ ଅନୁମୋଦନ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.