ଭାରତରେ କେଉଁ ପଶୁକୁ ଆଇନଗତ ଭାବେ ପୋଷି ପାରିବେ, ଜାଣନ୍ତୁ କ’ଣ କହୁଛି ଆଇନ

ଅନେକ ଲୋକ ପଶୁମାନଙ୍କ ପ୍ରତି ଥିବା ଭଲ ପାଇବାକୁ ପୂରଣ କରିବା ପାଇଁ ଅନେକ ଗୃହପାଳିତ ପଶୁ ରଖନ୍ତି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜରାଇବୁ ଘରେ ପଶୁମାନଙ୍କୁ ପାଳିବା ପାଇଁ କିଛି ବିଶେଷ ନିୟମ ରହିଛି ।

ଆମ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଘରେ ପଶୁମାନଙ୍କୁ ପାଳିବା ପାଇଁ ପସନ୍ଦ କରନ୍ତି । ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ ଲୋକମାନେ କୁକୁର, ବିଲେଇ କିମ୍ବା ପାରାକୁ ନିଜ ଘରେ ରଖିବାକୁ ପସନ୍ଦ କରନ୍ତି । ଏହା ସହ ସେହି ପଶୁମାନଙ୍କୁ ଯୋଡିରେ ରଖିବାକୁ ଆହୁରି ପସନ୍ଦ କରନ୍ତି । ଏବେ ଏସବୁ ଦେଖିଲେ ଲାଗୁଛି ଯେପରି ପଶୁମାନଙ୍କୁ ରଖିବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ତାହେଲେ ଆସନ୍ତୁ ଆଜି ଜାଣିବା କେଉଁ ପ୍ରାଣୀଗୁଡିକ ଆଇନଗତ ଭାବରେ ଗୃହପାଳିତ ପଶୁ ହୋଇପାରିବେ । ଅନେକ ଲୋକ ଘରେ ଏକୁଟିଆ ରୁହନ୍ତି, ତେଣୁ ସେମାନେ ପଶୁମାନଙ୍କୁ ସୁରକ୍ଷା କିମ୍ବା କଥା ହେବା ପାଇଁ ଘରେ ରଖିବାକୁ ପସନ୍ଦ କରନ୍ତି । ଅନେକ ଲୋକ ପଶୁମାନଙ୍କ ପ୍ରତି ଥିବା ଭଲ ପାଇବାକୁ ପୂରଣ କରିବା ପାଇଁ ଅନେକ ଗୃହପାଳିତ ପଶୁ ରଖନ୍ତି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜରାଇବୁ ଘରେ ପଶୁମାନଙ୍କୁ ପାଳିବା ପାଇଁ କିଛି ବିଶେଷ ନିୟମ ରହିଛି । ତାହେଲେ ଆସନ୍ତୁ ଜାଣିବା ଯେ ସେହି ପଶୁଗୁଡ଼ିକ କେଉଁ ପଶୁ ଯାହାକୁ ଆମେ ଘରେ ପାଳି ପାରିବା ।

କୁକୁର :
ଆପଣ ଆଗରୁ ଜାଣିଛନ୍ତି ଯେ କୁକୁରମାନଙ୍କୁ ଗୃହପାଳିତ କରାଯାଇପାରିବ, କିନ୍ତୁ ଏହା ସହ ଅନେକ ପ୍ରଜାତିର କୁକୁର ଭାରତରେ ଦେଖିବାକୁ ମିଳେ, କିନ୍ତୁ ସେହି ସବୁ ପଶୁଙ୍କୁ ଗୃହପାଳିତ ହେବାକୁ ଅନୁମତି ଦିଆଯାଇନଥାଏ । ବନ୍ୟ କୁକୁରମାନଙ୍କୁ ମଧ୍ୟ ପଶୁମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକୁ ଆଇନଗତ ଭାବେ ରଖିବାକୁ ଅନୁମତି ଦିଆଯାଇନାହିଁ । ତେବେ ଆପଣ ନିଜ ଘରେ ବଣୁଆ କୁକୁରକୁ ରଖିପାରିବ ନାହିଁ, ଯଦି ଆପଣ ଏପରି କରିବେ ତାହେଲେ ଆପଣଙ୍କୁ ଜେଲ ହୋଇପାରେ ।

ବିଲେଇ :
ଅନେକ ଲୋକ ଅଛନ୍ତି କୁକୁରଙ୍କ ପରି ବିଲେଇମାନଙ୍କୁ ମଧ୍ୟ ନିଜ ଘରେ ରଖିବାକୁ ପସନ୍ଦ କରନ୍ତି । ପ୍ରାୟତଃ ଆପଣ ପେଟ୍‌ ଦୋକାନରେ ନିଶ୍ଚୟ ଦେଖିଥିବେ ଯେ ସେମାନେ ପଶୁଙ୍କୁ ପାଳନ କରୁଥିବା କିମ୍ବା ବିକୁଥିବା ଲୋକମାନେ ଉପଯୁକ୍ତ ଲାଇସେନ୍ସ ନେଇ ନିଜ ଦୋକାନରେ କୁକୁର, ବିଲେଇ, ମାଛ ଏବଂ ପକ୍ଷୀମାନଙ୍କର ବ୍ୟବସାୟ କରନ୍ତି ।

ପାରା, ଠେକୁଆ, କୁକୁଡା :
ଲୋକମାନେ ଘରେ ପଶୁମାନଙ୍କ ମଧ୍ୟରେ ପାରା, ଠେକୁଆ ଏବଂ କୁକୁଡ଼ା ମଧ୍ୟ ରଖନ୍ତି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ଏହି ପଶୁମାନଙ୍କୁ ମଧ୍ୟ ରଖିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନରେ ପଞ୍ଜୀକରଣ ଉପଚାରିକତା ପୂରଣ କରିବା ଜରୁରୀ ହୋଇଥାଏ ।

ଶୁଆ, ବତକ, ମାଙ୍କଡ ବେଆଇନ ହୋଇଥାଏ :
କିଛି ଲୋକ ପଶୁ ରଖନ୍ତି, କିନ୍ତୁ ଏହାର ନିୟମ ବିଷୟରେ ଜାଣି ନୁହଁନ୍ତି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିଛି ପଶୁ ରଖିବା ପାଇଁ କୌଣସି ଆଇନଗତ ଅନୁମତି ନାହିଁ । ସେଥିରେ ଶୁଆ,ବତକ, ମାଙ୍କଡ, ଓଟ, ସାପ, କଇଁଛ ଏବଂ କୁମ୍ଭୀର ଅନ୍ତର୍ଭୁକ୍ତ ରହିଛନ୍ତି ।

ମେଣ୍ଡା ଓ ଛେଳି :
ଭାରତରେ ଗାଈ ଏବଂ ବଳଦ ବ୍ୟତୀତ ମେଣ୍ଡା ଓ ଛେଳି ମଧ୍ୟ ପାଳିତ କରାଯାଇପାରେ । ସେମାନଙ୍କୁ ଗୃହପାଳିତ ପଶୁ ଭାବରେ ରଖାଯାଏ । କିନ୍ତୁ ସେମାନେ ଘରେ ପାଳିତ ହୋଇପାରିବେ ଏବଂ ଏହା ମଧ୍ୟ ଅନୁମତି ପ୍ରାପ୍ତ ହୋଇଥାଏ । କିନ୍ତୁ ବ୍ୟବସାୟ ପାଇଁ ଆଇନଗତ ଉପଚାରିକତା ସମାପ୍ତ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.