Below header

ଦ୍ୱାରଶୁଣୀ ଘାଟିରେ ବସ -ଟ୍ରକ ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଦୁର୍ଘଟଣା ପରେ ଦୁର୍ଘଟଣା । ପୁଣି  ଆଜି ଏବେ ଦ୍ୱାରଶୁଣୀ ଘାଟିରେ ଘଟିଛି ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଓ ଆଇରନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।

ବାଙ୍ଗିରିପୋଷି :  ଦୁର୍ଘଟଣା ପରେ ଦୁର୍ଘଟଣା । ପୁଣି  ଆଜି ଏବେ ଦ୍ୱାରଶୁଣୀ ଘାଟିରେ ଘଟିଛି ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଓ ଆଇରନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।

ବ୍ରେକ ଫେଲ ଯୋଗୁ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଓଲଟିଲା ଲୁହା ପଥର ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣାକୁ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ସେଠାରେ ପହଂଚି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇବା ପରେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ବସ ଡ୍ରାଇଭର ଓ  ବସଯାତ୍ରୀ ଅଳ୍ପକେ  ବର୍ତ୍ତିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.