Below header

ରାସ୍ତାକଡ଼ରେ କୁନିକୁନି ପିଲା ଭୋକରେ ସଫା କରୁଥିଲେ ଗାଡ଼ି, ତାଙ୍କୁ ପଞ୍ଚତାରକା ହୋଟେଲରେ ଖୁଆଇଲେ ବ୍ୟକ୍ତି

ଟ୍ରାଫିକ୍‌ ସିଗ୍‌ନାଲ୍‌ ରେଡ୍‌ ଲାଇଟ୍‌ରେ ସେମାନେ ଦୌଡ଼ି ଦୌଡ଼ି ଆସି ଗାଡ଼ି ସଫା କରନ୍ତି ଆଉ ସଫା କରିବା ପରେ ସାଙ୍ଗେ ସାଙ୍ଗେ ଟଙ୍କା ମାଗନ୍ତି । ଯାହା ରୋଜଗାର କରନ୍ତି ସେଥିରେ ପେଟକୁ ମୁଠେ ଖାଇଥାଆନ୍ତି । କିନ୍ତୁ ଭିଡିଓରେ ବ୍ୟକ୍ତି ଜଣକ ଏହି ପିଲାମାନଙ୍କୁ କାର୍ ସଫା କରୁଥିବା ପିଲାଙ୍କୁ ଟଙ୍କା ଦେଇ ନଥିଲେ, ବରଂ ସେମାନଙ୍କୁ ଏକ ପାଞ୍ଚ ତାରକା ହୋଟେଲକୁ ନେଇ ଯାଇଥିଲେ। ଯେଉଁଠାରେ ପିଲାମାନେ ନିଜ ପସନ୍ଦର ଖାଦ୍ୟ ଖାଇଥିଲେ। ତେବେ ଭାଇରାଲ୍‌ ହେଉଥିବା ଭିଡିଓରେ ପିଲାମାନଙ୍କ ଖୁସି ଦେଖି ସମସ୍ତେ ଭାବପ୍ରବଣ ହୋଇ ଯାଇଛନ୍ତି।

ସୋଶିଆଲ ମିଡିଆରେ ସବୁବେଳେ ଅନେକ ଭିଡିଓ ଭାଇରାଲ୍‌ ହେବାର ଆପଣମାନେ ଦେଖିଛନ୍ତି । କିଛି ଭିଡିଓ ଆମକୁ ପସନ୍ଦ ଲାଗୁଥିବା ବେଳେ କିଛି ଭିଡିଓ ଆମକୁ ଭାବପ୍ରବଣ କରିଦିଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ଗଡ଼ିଯିବ।

ପ୍ରତ୍ୟେକ ମଣିଷଙ୍କ ଜୀବନରେ କିଛି ନା କିଛି ଦୁଃଖ ରହିଛି ଆଉ ସେ ଦୁଃଖ କିଏ ପିଲାଦିନୁ କାହା ଜୀବନରେ ଆସିଥାଏ ତ କାହା ଜୀବନରେ ଯୁବା ଅବସ୍ଥାରେ ଆସିଥାଏ। ଆଉ କିଛି ଦୁଃଖ ଜନ୍ମରୁ ଆସିଥିବା ବେଳେ ସେ ଦୁଃଖ ତା ଜୀବନରେ ରହିଯାଏ। କିନ୍ତୁ କେବେ ଆପଣ ଭାବିଛନ୍ତି ସେ ଦୁଃଖ ଭିତରେ ତା ଜୀବନର ସଂଘର୍ଷ ତାକୁ କେତେ କଷ୍ଟ ଦେଇଥାଏ। ସଡ଼କରେ ବୁଲୁଥିବା ଏହି ପିଲାମାନଙ୍କୁ ଦେଖିଲେ କଷ୍ଟ କଣ ଅନୁଭବ କରି ହୁଏ । ଅନାଥ ପିଲାମାନେ ସାହାରା କହିଲେ କେହି ନାହିଁ । ଭିକ ମାଗିଲେ କି କିଛି କାମ କଲେ ପେଟକୁ ମିଳିଥାଏ ମୁଠେ ଖାଦ୍ୟ । ସେଥିପାଇଁ ରାତିଦିନ ଏକ କରି ଏଇ ରାସ୍ତାକଡ଼ରେ ଶୀତ କାକରରେ ଘୂରି ବୁଲୁଥାଆନ୍ତି।

ଏହି ଦୃଶ୍ୟ ଟିକିଏ ଦେଖନ୍ତୁ । ରାସ୍ତାରେ ରେଡ୍‌ ସିଗ୍‌ନାଲ୍‌ ଦିଆଯାଇଛି । ଗାଡ଼ି ଗୁଡ଼ିକ ମଧ୍ୟ ରାସ୍ତାକଡ଼ରେ ଠିଆ ହୋଇଛି । ଆଉ ଛୋଟ ଛୋଟ ନିରୀହ ପିଲାମାନେ ଗାଡ଼ି ପାଖକୁ ଧାଇଁ ଆସୁଛନ୍ତି ଆଉ ଚଟାପଟ ଗାଡ଼ି ସଫା କରିବାରେ ଲାଗିପଡ଼ୁଛନ୍ତି । ଆଉ ତା ପରେ ତାଙ୍କୁ ଖାଇବା ପାଇଁ ପଇସା ମାଗୁଛନ୍ତି । ଏହା ଦେଖି ଗାଡ଼ି ମାଲିକ ଜଣକ ପଇସା ଦେବା ବଦଳରେ ତାଙ୍କୁ ଗାଡ଼ି ଭିତରେ ବସିବାକୁ ଡାକୁଛନ୍ତି । ପିଲାମାନେ ମଧ୍ୟ ବେଶ୍‌ ଖୁସିରେ ଗାଡ଼ିରେ ବସିଯାଉଛନ୍ତି । ତା ପରେ ସେହି ଗାଡ଼ି ମାଲିକ ଜଣକ ପିଲାମାନଙ୍କ ସହ ଥଟ୍ଟା ମଜ୍ଜା କରିବା ପରେ ତାଙ୍କୁ ଗୋଟିଏ ପଞ୍ଚତାରକା ହୋଟେଲକୁ ନେଉଯାଉଛନ୍ତି । ଆଉ ସେଠାରେ ପିଲାମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇଥିଲେ । ଆଉ ବହୁତ୍‌ ଖୁସି ହୋଇଯାଇଥିଲେ । ପିଲାମାନଙ୍କ ସହ ଖାଦ୍ୟ ଖାଇ ମଧ୍ୟ ଗାଡ଼ି ମାଲିକ ଜଣକ ମଧ୍ୟ ଖୁସି ହୋଇ ତାଙ୍କ ସହ ସେଲ୍‌ଫି ଉଠାଇଥିଲେ।

ତେବେ ଆପଣ ଅନେକ ଥର ପିଲାମାନଙ୍କୁ ଗାଡ଼ି ସଫା କରୁଥିବା ଦେଖିଥିବେ । ଟ୍ରାଫିକ୍‌ ସିଗ୍‌ନାଲ୍‌ ରେଡ୍‌ ଲାଇଟ୍‌ରେ ସେମାନେ ଦୌଡ଼ି ଦୌଡ଼ି ଆସି ଗାଡ଼ି ସଫା କରନ୍ତି ଆଉ ସଫା କରିବା ପରେ ସାଙ୍ଗେ ସାଙ୍ଗେ ଟଙ୍କା ମାଗନ୍ତି । ଯାହା ରୋଜଗାର କରନ୍ତି ସେଥିରେ ପେଟକୁ ମୁଠେ ଖାଇଥାଆନ୍ତି । କିନ୍ତୁ ଭିଡିଓରେ ବ୍ୟକ୍ତି ଜଣକ ଏହି ପିଲାମାନଙ୍କୁ କାର୍ ସଫା କରୁଥିବା ପିଲାଙ୍କୁ ଟଙ୍କା ଦେଇ ନଥିଲେ, ବରଂ ସେମାନଙ୍କୁ ଏକ ପାଞ୍ଚ ତାରକା ହୋଟେଲକୁ ନେଇ ଯାଇଥିଲେ। ଯେଉଁଠାରେ ପିଲାମାନେ ନିଜ ପସନ୍ଦର ଖାଦ୍ୟ ଖାଇଥିଲେ। ତେବେ ଭାଇରାଲ୍‌ ହେଉଥିବା ଭିଡିଓରେ ପିଲାମାନଙ୍କ ଖୁସି ଦେଖି ସମସ୍ତେ ଭାବପ୍ରବଣ ହୋଇ ଯାଇଛନ୍ତି। କୁହାଯାଏ ଖୁସି ବାଣ୍ଟିଲେ ଖୁସି ମିଳିଥାଏ ଯାହାର ଜ୍ୱଳନ୍ତ ଉଦାହରଣ ଏହି ଭିଡିଓ । ଏଇ କୁନି କୁନି ଅବୋଧ ପିଲାମାନଙ୍କ ମୁହଁରେ ହସ ଫୁଟାଇ ଗାଡ଼ି ମାଲିକ ଜଣକୁ ଯେଉଁ ଆନନ୍ଦ ମିଳିଛି । ତାହା କୌଣସି ସ୍ୱର୍ଗସୁଖଠୁ କମ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.