୨୪ ଘଣ୍ଟାରେ ୧୮୦ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୩୧ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୩୧ ଜଣ ୧୮ ବର୍ଷରୁ କମ୍‌ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବାଲେଶ୍ୱରରେ ୧୧, ବରଗଡ଼ରେ ୪, ବଲାଙ୍ଗୀରରେ ୪, କଟକରେ ୨୬, ଦେଓଗଡ଼ରେ ୧, ଗଜପତିରେ ୧, ଜଗତସିଂହପୁରରେ ୭, ଯାଜପୁରରେ ୫, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୧, କେଉଁଝରରେ ୨, ଖୋର୍ଦ୍ଧାରେ ୨୪, କୋରାପୁଟରେ ୫, ମୟୂରଭଞ୍ଜରେ ୯, ନବରଙ୍ଗପୁରରେ ୩, ନୟାଗଡ଼ରେ ୪, ନୂଆପଡ଼ାରେ ୧, ପୁରୀରେ ୧୫, ରାୟଗଡ଼ାରେ ୧, ସମ୍ବଲପୁର ୧୧, ସୋନପୁରରେ ୬, ସୁନ୍ଦରଗଡ଼ରେ ୩୧ ଓ ଷ୍ଟେଟ୍‌ପୁଲରୁ ୫ ଜଣ ସଂକ୍ରମିତ ହୋଇଛନ୍ତି।

Also Read: ଏଥରକ ଦୁର୍ଗାପୂଜାରେ ପଡ଼ୁଛି ଅତ୍ୟନ୍ତ ଶୁଭ ସଂଯୋଗ, ଦେବୀଙ୍କ ପୂଜା ତିଥି ଓ ତାରିଖ ଭିତରେ ରହିଛି ନିଆରା ସଂଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.