ଗରିବ କଥା କିଏ ବା ଶୁଣିବ? ନା ଅଛି ଭତ୍ତା ନା ଅଛି ଘର ଖଣ୍ଡେ, ସହାୟତା ଅପେକ୍ଷାରେ ମନୋଜଙ୍କ ପରିବାର

ନରସିଂହପୁର(କେନ୍ୟୁଜ୍): ସୁଖେ ଦୁଃଖେ ଚାଲିଥିଲା ତେଲ ଲୁଣର ସଂସାର। ହେଲେ ସହିଲାନି ଦଇବ। ବୋଝ ଉପରେ ଲଳିତା ବିଡା ପରି ମାଡି ଆସିଲା ଅଜଣା ଦୁଃଖ। ଚଳିତ ବନ୍ଯା ଓ ବର୍ଷାରେ ନିମିଷକରେ ଭାଙ୍ଗିଗଲା ମୁଣ୍ଡ ଗୁଞ୍ଚିଥିବା ଖଣ୍ଡିଏ ଘର । ଏପରି ଦ୍ରୁଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ କମଳାଡିହ ଗ୍ରାମପଞ୍ଚାୟତ ରାଣୀଭୂମି ଗ୍ରାମରେ।

ନରସିଂହପୁର ସଦର ମହକୁମା ଠାରୁ ମାତ୍ର ୨୫ କିମି ଦୂରରେ ଏହି କମଳାଡିହ ରାଣୀଭୂମି ଗ୍ରାମ । ଏଠାରେ ରୁହନ୍ତି ମନୋଜ ନାଏକଙ୍କ ପରିବାର । ପରିବାର କହିଲେ ମନୋଜ, ତାଙ୍କ ସ୍ତ୍ରୀ ,୨ଝିଅ ଓ ଗୋଟିଏ ଛୋଟ ପୁଅ । ସୁରୁଖୁରୁରେ ଚାଲିଥିଲା ସଂସାର । ମନୋଜ ଦିନ ମଜୁରିଆ ହୋଇଥିବାରୁ ପ୍ରତେକ ଦିନ ଯାହା ରୋଜଗାର କରି ଆଣିଥାନ୍ତି ସେଥିରେ ଚାଲେତାଙ୍କ ସଂସାର ରଥ। ହେଲେ ଚଳିତ ବର୍ଷ ବନ୍ଯା ଓ ବର୍ଷାରେ ତାଙ୍କର ଝାଟି ମାଟିରେ ତିଆରି ହୋଇଥିବା ଘର ଖଣ୍ଡିକ ଭାଙ୍ଗି ଗଲାପରେ ଏବେ ଦୁର୍ଦ୍ଦିନରେ ପରିବାର। ନା ଅଛି ଘର ନା ମିଳିଛି ପାଲ । କେବଳ ମିଳିଛି ପ୍ରତିଶ୍ରୁତି।

ବାରମ୍ବାର ଅଭିଯୋଗ ପରେ ତହସିଲଦାର ନିଜେ ଯାଇ ଘର ଦେଖି ଆଶିବା ପରେ ପାଲ ଖଣ୍ଡିଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା କେବଳ କଥାରେ ରହିଗଲା। ଦାରିଦ୍ରତାର ସୀମାରେଖା ତଳେ ଥିବା ମନୋଜଙ୍କ ବଡ ଝିଅ ଶେଷରେ ଭଲ ପଢୁଥିଲେ ବି ଅର୍ଥ ଅଭାବରୁ ୧୦ମ ଶ୍ରେଣୀରୁ ପାଠ ପଢାରେ ଡୋରୀ ବାନ୍ଧିବାକୁ ପଡିଛି । ଅନ୍ଯ ମାନଙ୍କ କଥା କହିଲେ ନସରେ। ପରିଣତ ବୟସରେ ପହଞ୍ଚି ଥିଲେବି ଏବେ ଯାଏ ଭତ୍ତା ବି ମିଳିପାରିଲା ନାହିଁ। ବିଭିନ୍ନ ସମୟରେ ସରପଞ୍ଚ , BDO ଙ୍କ ପାଖକୁ ଯାଇ ଯାଇ ନୟାନ୍ତ, ହେଲେ ଗରିବ କଥା କିଏ ବା କାହିଁକି ଶୁଣିବ। ୨୦,୦୦୦ ଦିଅ ଘର ନିଅ। ସେଥିରେ ରାଜି ନୁହନ୍ତି ପରିବାର ସେଥି ପାଇଁ ଘର ହୋଇପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ମନୋଜ। ଗୋଟିଏ ଘରେ ୫ଜଣ । ତାହା ଉପରେ ପୁଣି ବର୍ଷା ପାଣି ଗଳୁଛି । ଯାହା ଆଖିରେ ନଦେଖିଲେ ବିଶ୍ବାସ ହେବନି।

ଏନେଇ ଆମେ ସରପଞ୍ଚଙ୍କ ସହଯୋଗାଯୋଗ କରିବା ପରେ ସେ ଆମକୁ କିଛି ଉତ୍ତର ଦେଇନଥିଲେ । BDOଙ୍କ ବଦଳି ହୋଇଯାଇଥିବାରୁ ଆମେ ଦାୟିତ୍ବରେ ଥିବା ତହସିଲଦାରଙ୍କୁ ଭେଟିଥିଲୁ । ସେ ଯଥାଶୀଘ୍ର ପାଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହାପରେ ଶେଷରେ ଆମେ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲୁ । ସେ ଏହି ପରିବାରକୁ ସାହାର୍ଯ୍ଯ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ନା ଅଛି ଭତ୍ତା ନା ଅଛି ଘର ଖଣ୍ଡେ, ଦଉଡି ଦଉଡି ନୟାନ୍ତ ଏହି ପରିବାରକୁ କେବେ ମିଳିବ ସରକାରୀ ସହାୟତା ତାହା ଦେଖିବାକୁ ବାକି ରହିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.