ଘରେ ବନାନ୍ତୁ ଏକଦମ୍‌ ରେସ୍ତୋରାଁ ଷ୍ଟାଇଲ୍‌ ବ୍ରାଉନୀ, ଜାଣନ୍ତୁ ବନାଇବା ପ୍ରୋସେସ୍‌

ମିଠା ଖାଇବାକୁ ସୌକିନ୍‌ କି। ତେବେ ଆପଣଙ୍କୁ ବ୍ରାଉନୀ ବହୁତ ପସନ୍ଦ ଆସିବ। ମାଇକ୍ରୋେଓ୍ଵଭରେ ବ୍ରାଉନୀ ବନାଇବା ବହୁତ ସହଜ। ଏହା ସବୁ ବୟସର ଲୋକଙ୍କୁ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୪ ବଡ ଚାମଚ କଟା ଡାର୍କ ଚକୋଲେଟ
୬ ବଡ ଚାମଚ ମଇଦା
୬ ବଡ ଚାମଚ କ୍ଷୀର
୨ ବଡ ଚାମଚ ବଟର
୪ ଚାମଚ ଚିନି ପାଉଡର
୧ ଚିମୁଟାଏ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ କଟା ହୋଇଥିବା ଡାର୍କ ଚକୋଲେଟ ପକାନ୍ତୁ। ଏବେ ବଟର ପକାଇ ୨୦ ସେକେଣ୍ଡ ପାଇଁ ମାଇକ୍ରୋେଓ୍ଵଭ କରନ୍ତୁ। ଉଭୟକୁ ଭଲଭାବେ ମିଶାଇ ଦିଅନ୍ତୁ। ଏକ ପାତ୍ରରେ ମଇଦା, ଚିନି, ଲୁଣ ପକାନ୍ତୁ ଏବଂ ସବୁକୁ ଏକା ସାଥିରେ ମିଶାଇ ଦିଅନ୍ତୁ। କ୍ଷୀର ସହିତ ଚକୋଲେଟର ମିଶ୍ରଣକୁ ପକାନ୍ତୁ। ଚିକ୍କଣ ଘୋଳ ବନାଇବା ପାଇଁ ଭଲଭାବେ ଫେଣ୍ଟନ୍ତୁ। ଏବେ ଏକ ବେକିଙ୍ଗ ଟିନ୍‌ କିମ୍ବା କାଚର କଣ୍ଟେନରରେ ବଟର ପେପର ଲଗାଇ ଦିଅନ୍ତୁ। ଏଥିରେ ଘୋଳ ପକାନ୍ତୁ ଏବଂ ସମାନ ଭାବେ ଚାରି ଆଡକୁ କରିଦିଅନ୍ତୁ। ମିଶ୍ରଣକୁ ଦୁଇ ମିନିଟ ପାଇଁ ମାଇକ୍ରୋେଓ୍ଵଭ କରନ୍ତୁ। ବେକ ହେବା ପରେ ଏହାକୁ ପିସ୍‌ କରି କାଟି ଦିଅନ୍ତୁ। ଏହା ଉପରେ ଏବେ ଚକୋଲେଟ ସସ୍‌ ପକାଇ ଦିଅନ୍ତୁ। ଏବେ ଆପଣଙ୍କୁ ବ୍ରାଉନି ଏକଦମ୍‌ ରେଡି ହୋଇଯାଇଛି। ଆପଣ ଏହା ଉପରେ ଆଇସକ୍ରିମ ବି ରଖି ସର୍ଭ କରିପାରିବେ। ଏହାକୁ ପିଲାଙ୍କ ସମେତ ବଡ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି। ଆପଣଙ୍କୁ ବି ନିହାତି ଭାବେ ପସନ୍ଦ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.