ଚନ୍ଦକା ଜମି ଦୁର୍ନୀତି ମାମଲାରେ ୨ ଗିରଫ

ଭୁବନେଶ୍ବର ସ୍ଥିତ ଚନ୍ଦକା ଜମି ଦୁର୍ନୀତି ମାମଲାରେ ସୁଶୀଳା ପଟ୍ଟନାୟକ ଓ ଅରୁପ ହାଲଦାର ଗିରଫ।

ଭୁବନେଶ୍ବର ସ୍ଥିତ ଚନ୍ଦକା ଜମି ଦୁର୍ନୀତି ମାମଲାରେ ସୁଶୀଳା ପଟ୍ଟନାୟକ ଓ ଅରୁପ ହାଲଦାର ଗିରଫ। ସୁଶୀଳା ଅଭିଯୋଗକାରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ନା କହି ଜମି ବିକ୍ରି କରିଥିଲେ। ସୁଶୀଳା ଙ୍କ ଘର ଚୌଦ୍ଵାର ଅଞ୍ଚଳରେ । ଅରୂପ ଘର ନିରାକାରପୁର ଅଞ୍ଚଳରେ। ଏନେଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ ଏସପି ଉମାକାନ୍ତ ମଲିକ ସୂଚନା ଦେଇଛନ୍ତି ।

ଗତ ସେପ୍ଟେମ୍ବର ୪ ତାରିଖରେ ୧୦୦ ଡ଼ିସିମିଲ ଜମିର କାଗଜପତ୍ର ନକଲ କରିବା କେସରେ ବିଶ୍ୱଜିତ ବେଉରା, ବିକାଶ ଚନ୍ଦ୍ର ପଣ୍ଡା, ସୀମାଞ୍ଚଳ ମହାନ୍ତି, ପ୍ରତାପ ମିଶ୍ର ଓ ଖଣ୍ଡଗିରି ସବରେଜିଷ୍ଟର ଅଫିସ ର ହେଡ କ୍ଲର୍କ ସଞ୍ଜୟ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।

ଅନଲାଇନରେ ବିଜ୍ଞାପନ ଦେଇ ୬୦ ଲକ୍ଷ ଠକି ଥିଲେ। ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସରକାରୀ ଷ୍ଟାମ୍ପ, ସିଲ ଆଦି ଜବତ କରାଯାଇଥିଲା । ତେବେ ସବରେଜିଷ୍ଟର ଅଫିସ ର ଆଉ କିଏ ଏଥିରେ ସାମିଲ ଅଛନ୍ତି କି ସେନେଇ ଚାଲିଛି ଖୋଳତାଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.