ଚୋରା ବାଇକ କିଣାବିକା ପଡିଲା ମହଙ୍ଗା, ୨ ବାଇକ ଜବତ ସହ ୨ ଅଭିଯୁକ୍ତ ଗିରଫ

ଟାଙ୍ଗୀ (କେନ୍ୟୁଜ୍‌) :  ଚୋରା ବାଇକ କିଣାବିକା ପଡିଲା ମହଙ୍ଗା । ଖୋରଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏଭଳି ଖବର ଚାଞ୍ଚଲ୍ୟ ସୁଷ୍ଟି କରିଛି ।  ପୋଲିସ ୨ ବାଇକ ଜବତ ସହ ୨ ଅଭିଯୁକ୍ତ ଗିରଫ କରିଛି ।

ଘଟଣାରୁ ପ୍ରକାଶ, ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିଲେ । ଏହି ସମୟରେ ଏକ ଚୋରା ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ବାଇକ ନେଇ ଜଣେ ଟାଙ୍ଗୀ ଅଭିମୁଖେ ଯାତ୍ରା କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ନାଚୁଣି ପୋଲିସ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ପିଛା ଏହାର ପିଛ କରିଥିଲେ । ଫାଣ୍ଡି ଅଧିକାରୀ ସଲପଡ଼ିହ ଛକ ଠାରେ ଚୋରା ବାଇକ ଚାଳକକୁ କାବୁ କରି ନେଇଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮)।

ଘଟଣାସ୍ଥଳରେ ଜବତ ବାଇକ ସମ୍ପର୍କରେ ପଚରାଉଚୁରା ସମୟରେ ଏହା ଏକ ଚୋରା ବାଇକ ବୋଲି ପୋଲିସ ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବାଇକ୍‌ରେ ଏକ ଡାଲା ଅଟୋର ନମ୍ବର ପ୍ଲେଟ ଲାଗିଥିଲା। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ବାବୁଲି ଗତ ବର୍ଷ ଚୋରା ବାଇକ୍‌ କାରବାରରେ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଥିଲା ।

ଅଧିକା ପଚରା ଉଚରାରୁ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଟାଙ୍ଗୀ ଥାନା ଅଧୀନସ୍ଥ ନିମୁନିଆ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ ବାବୁଲି ମାତ୍ର ୭ ହଜାର ୫ ଶହ ଟଙ୍କାରେ ଦୁଇ ବର୍ଷ ପୂର୍ବେ ଆଉ ୨ଟି ଚୋରା ବାଇକ ବିକିଥିବାର ମଧ୍ୟ ପୋଲିସ ଜାଣିବାକୁ ପାଇଥିଲେ । ଫଳରେ ବାଣପୁର ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଫାଣ୍ଡି ଅଧିକାରୀ ନିମୁନିଆ ଗ୍ରାମରେ ଅଚାନକ ଚଢ଼ାଉ କରି ଅଭିମନ୍ୟୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଚୋରା ବାଇକ ମଧ୍ୟ ଜବତ କରିଛନ୍ତି।

ଏ ନେଇ ବାଣପୁର ଥାନାରେ ୧୮୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କରିବାକୁ ପ୍ରସ୍ତୁତ ହେଉଛି । ସ୍ଥାନୀୟ ବୁଦ୍ଧିଜୀବୀ ଏଘଟଣାରେ ପୋଲିସକୁ ପ୍ରସଂଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.