Below header

ବଗଳାମୁଖୀ କଥା ୨୦୨୧ : ମା’ ବଗଳାମୁଖୀ ଜୟନ୍ତୀରେ ଏହି ପୌରାଣିକ କଥା ପଢ଼ିଲେ ମିଳିବ ଚମତ୍କାର ଲାଭ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଅର୍ଥାତ ଭଗବାନଙ୍କ ଉପରେ ବିଶ୍ୱାସ ହିଁ ମାନବକୁ ସବୁ ଅସୁବିଧାରୁ ମୁକ୍ତି ଦେଇଥାଏ । ଆଜି ଜାଣିବା ମା’ ବଗଳାମୁଖୀଙ୍କ ବିଷୟରେ । ଯଦି କେହି ଶ୍ରଦ୍ଧାରେ ମା’ଙ୍କ ପୌରାଣିକ କଥାମୃତ ପଢ଼ନ୍ତି ତେବେ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ବୋଲି କୁହାଯାଇଛି ।

ମାହାତ୍ମ୍ୟ : ସତ୍ୟଯୁଗରେ ଏକ ସମୟରେ ଭୀଷଣ ତୋଫାନ ଉଠିଥିଲା । ଫଳରେ ବିଶ୍ୱ ନଷ୍ଟ ହେବାକୁ ଆରମ୍ଭ କଲା । ଏହାର କୌଣସି ସୁଫଳ ନମିଳିବାରୁ ଭଗବାନ ବିଷ୍ଣୁ ଚିନ୍ତିତ ହୋଇ ଭଗବାନ ଶିବଙ୍କୁ ସ୍ମରଣ କଲେ । ଭଗବାନ ଶିବ ଏହି ସଂକଟରୁ କେବଳ ଶକ୍ତି ରକ୍ଷା କରିପାରିବେ ବୋଲି କହିଲେ । ସଭି ପରିଣାମରେ ଚିନ୍ତିତ ଭଗବାନ ବିଷ୍ଣୁ ତପୋ କରିବାକୁ ନିଷ୍ପତ୍ତି ନେଲେ । ଫଳରେ ସରାଷ୍ଟ୍ର ପ୍ରଦେଶର ହରିଦ୍ରା ନାମକ ସରୋବର ନିକଟରେ ଭଗବାନ ବିଷ୍ଣୁ କଠିନ ତପସ୍ୟା କଲେ । ଏହି ତପସ୍ୟାର ଫଳ ସ୍ୱରୁପ ସରୋବରୁ ଭଗବତୀ ବଗଳାମୁଖୀଙ୍କ ଅବତରଣ ହେଲା ।

maa bagalamukhi.
photo credit: amarujala

ଏହି ସମୟରେ ଚତୁର୍ଦ୍ଦଶୀ ରାତ୍ର ଥିଲା । ଏହି ରାତ୍ରରେ ଦେବୀ ବଗଳାମୁଖୀଙ୍କ ରୂପରେ ଅବତରଣ ହେଲେ । ଫଳରେ ସୃଷ୍ଟ ବିନାଶ ମୁହଁରୁ ରକ୍ଷା ପାଇଲା । ବଗଳାମୁଖୀଙ୍କୁ ବୀର ରତି ବୋଲି ମଧ୍ୟ କୁହାଯାଏ । କାରଣ ଦେବୀ ସ୍ୱୟଂ ବ୍ରହ୍ମଚାରିଣୀ ଅଟନ୍ତି । ଏଥିପାଇଁ ଦେବୀ ସିଦ୍ଧ ବିଦ୍ୟା ମଧ୍ୟ । ତାନ୍ତ୍ରିକ ମା’ଙ୍କୁ ସ୍ତମ୍ବନ ଦେବୀ ଭାବରେ ମାନିଥାନ୍ତି । ଗୃହସ୍ଥଙ୍କ ପାଇଁ ଦେବୀ ସମସ୍ତ ପ୍ରକାର ସଂଶୟ ନଷ୍ଟ କରିଥାନ୍ତି । ମା’ଙ୍କ କଥାମୃତ ପଢ଼ିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ହରିଦ୍ରା ସରବୋରରୁ ଅବତରଣ ହୋଇଥିବାରୁ ମା’ ବଗଳାମୁଖୀଙ୍କ ବସ୍ତ୍ର ଏବଂ ପୂଜନ ସାମଗ୍ରୀ ସବୁ ହଳଦୀଆ ରଙ୍ଗର ହୋଇଥାଏ । ବଗଳାମୁଖୀଙ୍କ ମନ୍ତ୍ର ଜପ କରିବା ପାଇଁ ମଧ୍ୟ ହଳଦୀ ମାଳା ଆବଶ୍ୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.