କାନାଡା: ନାମୀ ରେସିଡେନ୍ସିଆଲ ସ୍କୁଲରେ ମାଟି ତଳୁ ମିଳିଲା ୨୧୫ ପିଲାଙ୍କ ମୃତଦେହ, ଦେଶର ପ୍ରଧାନମନ୍ତ୍ରୀ କହିଲେ, ‘ଇତିହାସର ସେହି କଳା ଅଧ୍ୟାୟକୁ ମନେ ପକାଇବା ବି ଦୁଃଖଦାୟକ’

କାନାଡାର ଏକ ସ୍କୁଲ ପରିସରରେ ୨୧୫ ପିଲାଙ୍କ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଛି। ସେଥି ମଧ୍ୟରେ ୩ ବର୍ଷ ବୟସ ପର୍ଯ୍ୟନ୍ତ କିଛି ପିଲାଙ୍କ ମୃତଦେହ ରହିଛି। ଏହି ସ୍କୁଲକୁ ଦିନେ କାନାଡ଼ାର ସବୁଠାରୁ ବଡ଼ ରେସିଡେନ୍ସିଆଲ ସ୍କୁଲ ଭାବେ ଗଣାଯାଉଥିଲା। ଜଣେ ଅଧିକାରୀ କହିଛନ୍ତି କି, ground penetrating radar ସାହାଯ୍ୟରେ ଗତ ସପ୍ତାହରେ ମୃତଦେହଗୁଡ଼ିକୁ ଠାବ କରାଯାଇଛି।

ନାମୀ ସ୍କୁଲରେ ପିଲାମାନଙ୍କର ଏତେ ସଂଖ୍ୟାରେ ମୃତଦେହ ମିଳିବାକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ତେବେ ଅଧିକାରୀଙ୍କ କହିବା ହେଲା, ଏବେ ଆହୁରି ବି ମୃତଦେହ ଉଦ୍ଧାର ହୋଇପାରେ। କାରଣ, ସ୍କୁଲ ପରିସରରେ ଅନ୍ୟ କେତେକ ସ୍ଥାନରେ ଛାନଭିନ ଚାଲିଛି। ସେ କହିଛନ୍ତି, Kamloops Indian Residential School ସ୍କୁଲରେ ଯେଉଁ କ୍ଷତି ହୋଇଛି, ତାହା ବିଷୟରେ ମୁଁ ଭାବି ବି ପାରୁନି।

ବ୍ରିଟିଶ କଲମ୍ବିଆର ପ୍ରମୁଖ ଜନ ହୋରଗାନ କହିଛନ୍ତି କି, ଏହି ଘଟଣା ଜଣାପଡ଼ିବା ପରେ ସେ ଭୟଭୀତ ଏବଂ ଦୁଃଖୀ ଅଛନ୍ତି। Kamloops ସ୍କୁଲ ୧୮୯୦ରୁ ୧୯୬୯ ପର୍ଯ୍ୟନ୍ତ ସଂଚାଳିତ ହୋଇଥିଲା। ଏହାପରେ ସଂଘୀୟ ସରକାର କ୍ୟାଥୋଲିକ ଚର୍ଚ୍ଚରୁ ଏହାର ସଂଚାଳନ ନିଜ ହାତକୁ ନେଇ ଯାଇଥିଲେ। ଏହି ସ୍କୁଲ ୧୯୭୮ରେ ବନ୍ଦ ହୋଇଯାଇଥିଲା।

ଏହି ମାମଲାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ତ୍ରୁଡୋ ଏକ ଟ୍ୱିଟ କରିଛନ୍ତି ଏବଂ ଘଟଣାକୁ ଅତି ହୃଦୟବିଦାରକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି, ‘ଆମ ଦେଶ ଇତିହାସର ସେହି କଳା ଏବଂ ଲଜ୍ଜାଜନକ ଅଧ୍ୟାୟ ବିଷୟରେ ମନେ ପକାଇବା ବି ଦୁଃଖଦାୟକ’।

The Truth and Reconciliation Commission ୫ ବର୍ଷ ପୂର୍ବରୁ ସଂସ୍ଥାନରେ ପିଲାଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର ଉପରେ ବିସ୍ତୃତ ରିପୋର୍ଟ ଦେଇଥିଲେ। ସେଥିରେ କୁହାଯାଇଛି କି, ଦୁର୍ବ୍ୟବହାର ଏବଂ ଦାୟିତ୍ବହୀନତା ଯୋଗୁ ଅତି କମରେ ୩୨୦୦ ପିଲାଙ୍କ ମୃତ୍ୟୁ ହୋଇଛି। Kamloops ସ୍କୁଲରେ ୧୯୧୫ରୁ ୧୯୬୩ ଭିତରେ ଅତି କମରେ ୫୧ ଜଣକ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.