ରାତିରେ ଶୋଇବା ଅବସ୍ଥାରେ କାମୁଡିଲା ସାପ, ଅକାଳରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

କନ୍ଧମାଳ(କେନ୍ୟୁଜ୍):ସାପ କାମୁଡ଼ାରେ ସମ୍ପର୍କୀୟ ଦୁଇ ଭାଇଙ୍କ ଅକାଳ ମୃତ୍ୟୁ। ମୁତ ଦୁଇ ଭାଇ ହେଲେ ବାଣୀଗୋଛା ଥାନା ଅନ୍ତର୍ଗତ କାଣିପଦର ଗ୍ରାମର ସ୍ବର୍ଗତ ବାନମ୍ବର ଯାନୀଙ୍କ ପୁଅ ଜିତୁ ଜାନୀ (୨୦) ଓ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ ଯାନୀ (୧୯)। ଘରେ ଦୁହେଁ ମିଶି   ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା ।

ସଂଗେ ସଂଗେ ପ୍ରଥମେ ଚକାପାଦ ବ୍ଲକ ବ୍ରାହ୍ମଣ ପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲକୁ ନେଇଥିଲେ। ପରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଫୁଲବାଣି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁଇ ଜଣଙ୍କର ଚିକିତ୍ସିତ ଅବସ୍ଥାରେ ଗତକାଲି ସକାଳେ ମୃତ୍ୟୁ ହୋଇଛି । ଫୁଲବାଣୀ ଟାଉନ ପୋଲିସ ଶବକୁ ଜବତ କରି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ମୁତଦେହ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.