ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ: ଦୈନିକ ସଂକ୍ରମଣ ୫ ଶହ ପାର୍‌

କେନ୍ୟୁଜ୍(ବ୍ୟୁରୋ): ପୁଣି ଡରାଇଲାଣି କରୋନା। ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ପାର୍‌ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ ନୂଆ ମାମଲା ଚିହ୍ନଟ। ଚିନ୍ତା ବଢାଇଛି ଖୋର୍ଦ୍ଧା, କଟକ। ଖୋର୍ଦ୍ଧାରୁ ୨୩୭ ଓ କଟକରୁ ୮୯ ନୂଆ ମାମଲା ଚିହ୍ନଟ ହୋଇଛି। ଟିପିଆର୍‌ ରେଡ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧାରେ ପଜିଟିଭିଟି ହାର ୧୦.୬ ପ୍ରତିଶତ ଥିବା ବେଳେ ପୁରୀରେ ୮.୧ ପ୍ରତିଶତ ଓ କଟକରେ ୭.୭ ପ୍ରତିଶତ ।

ଆକ୍ଟିଭ କେସ୍‌ରେ ୟେଲୋ ଜୋନରେ ଖୋର୍ଦ୍ଧା ଜିଲ୍ଲା। ସକ୍ରିୟ ସଂକ୍ରମିତ ସଂଖ୍ୟା ୧୩ଶହ ୪୫। ଭୁବନେଶ୍ୱରେ ସଂକ୍ରମଣ ବୃଦ୍ଧି ପାଇବା ପରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ବିଏମସି। କୋଭିଡ ଗାଇଡଲାଇନ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାଇଛନ୍ତି ବିଏମସି ମେୟର । ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେବ । ବର୍ତ୍ତମାନ ଦେଖାଯାଇଥିବା କରୋନା ଭାରିଆଣ୍ଟ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ୭ଦିନ ମଧ୍ୟରେ ଏହା ପିକ୍‌କୁ ଯାଇ ପୁଣି ଖସିବ ବୋଲି ପୂର୍ବାନୁମାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.