ନିଜ ଜନ୍ମଦାତ୍ରୀଙ୍କ ନା’ରେ ୨ ଝିଅ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ମାଆଙ୍କ ପୁରୁଷ ବନ୍ଧୁ ଦିଅନ୍ତି ଯୌନ ନିର୍ଯାତନା !
ଉଦ୍ଧାର ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ। ମାଆଙ୍କ ସାମ୍ନାରେ ଦିଆଯାଉଥିଲା ଯୌନ ନିର୍ଯାତନା। ସମ୍ବଲପୁର ରେଳ ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସମ୍ବଲପୁର(କେନ୍ୟୁଜ୍): ଉଦ୍ଧାର ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ। ମାଆଙ୍କ ସାମ୍ନାରେ ଦିଆଯାଉଥିଲା ଯୌନ ନିର୍ଯାତନା। ସମ୍ବଲପୁର ରେଳ ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ନିଜ ମାଆଙ୍କ ବିରୁଦ୍ଧରେ ଦୁଇ ଝିଅ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।
ମାଆଙ୍କ ପୁରୁଷ ବନ୍ଧୁ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିବା କହିଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ସିଡବ୍ଲୁସିରେ ହାଜର କରାଯାଇଛି। ଏନେଇ ବେଲପାହାଡ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁୟାୟୀ, ଦୁଇ ଝିଅଙ୍କୁ ମା ଓ ତାଙ୍କ ପୁରୁଷ ବନ୍ଧୁ ଜୋର ଜବରଦସ୍ତ ଚେନ୍ନାଇ ନେଉଥିଲେ। ସେଠାରୁ ଅତି ନାଟକୀୟ ଢଙ୍ଗରେ ଦୁଇ ଭଉଣୀ ଉଦ୍ଧାର ହୋଇଥିଲେ। ସମ୍ବଲପୁର ଷ୍ଟେସନରୁ ଉଦ୍ଧାର କରିଥିଲା ରେଳବାଇ ପୋଲିସ। ଘଟଣାରେ ନାବାଳିକାଙ୍କ ମା’ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପୋଲିସ୍ ପଚରା ଉଚରା କରୁଛି।