ଶିମିଳିପାଳ ସୁରକ୍ଷା ନେଇ ସମୀକ୍ଷା କଲେ ପିସିସିଏଫ, ୧୨ଗୋଟି ସ୍ଥାନରେ ଜଗିବେ ସଶସ୍ତ୍ର ବାହିନୀ

ତିନି ଦିନିଆ ଶିମିଳିପାଳ ଅଭୟାରଣ୍ଯର ପରିଦର୍ଶନ କରିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି । କାଠ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ନିୟମିତ କାର୍ଯ୍ଯସୂଚୀ ପ୍ରସ୍ତୁତ କରାଯାଇଛି । ଏଥର ୧୨ଗୋଟି ସ୍ଥାନରେ ଜଗିବେ ଯୁଗ୍ମ ଟାସ୍କଫୋର୍ସର ସଶସ୍ତ୍ର ବାହିନୀ ।

ଶିମିଳିପାଳ ସୁରକ୍ଷା ନେଇ ସମୀକ୍ଷା କଲେ ପିସିସିଏଫ । ୧୨ଗୋଟି ସ୍ଥାନରେ ଜଗିବେ ଯୁଗ୍ମ ଟାସ୍କଫୋର୍ସର ସଶସ୍ତ୍ର ବାହିନୀ । ତିନି ଦିନିଆ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି । କାଠ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ନିୟମିତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ।

ଦୁଇ ଦିନ ଧରି ଅଭୟାରଣ୍ୟ ଭିତରେ ରହଣି ସମୟରେ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରି ସୁରକ୍ଷା କାର୍ଯ୍ୟର ସମୀକ୍ଷା କରିଥିଲେ । ଦୁଇ ବନ କର୍ମଚାରୀ ଶିକାରୀ ଗୁଳିରେ ନିହତ ହେବା ପରେ ବନ ବିଭାଗ ଓ ପୋଲିସର ମିଳିତ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯୁଗ୍ମ ଟାସ୍କଫୋର୍ସ ଜରିଆରେ ଉଭୟ ବିଭାଗର ସଶସ୍ତ୍ର ବାହିନୀ ସମ୍ବେଦନଶୀଳ ୧୨ଗୋଟି ମୁଖ୍ୟ ସ୍ଥାନରେ ନିୟୋଜିତ ରହି ପାଟ୍ରୋଲିଂ କରିବେ ।

ପୂର୍ବରୁ ୨୦୦ଟି କ୍ୟାମ୍ପ ରେ ସୀମିତ କର୍ମଚାରୀ ମୁତୟନ ହୋଇଥିବା ବେଳେ ବର୍ତ୍ତମାନ କ୍ଯାମ୍ପ ସଂଖ୍ଯା ବୃଦ୍ଧି କରାଯାଇଛି । ଦୁଇରୁ ତିନି ଗୋଟି କ୍ଯାମ୍ପକୁ ନେଇ ଏକ ଗ୍ରୁପ ଗଠନ ହେବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ସମ୍ପୂର୍ଣ୍ଣ ଶିମିଳିପାଳର ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ପିସିସଏଫ୍‌ । ବୈଠକରେ ବିଭିନ୍ନ ବନଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.