ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ୪୩୮ ରନ୍‌ କରି ଅଲଆଉଟ ହେଲା ଭାରତ, ୱେଷ୍ଟଇଣ୍ଡିଜ  ୮୬/୧

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୩୮ ରନ୍‌ କରି ଅଲଆଉଟ ହୋଇଛି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଷ୍ଟମ୍ପ ଅପସାରଣ ବେଳକୁ ୧ ଓ୍ଵିକେଟ ହରାଇ ୮୬ ରନ୍‌ କରିଛି ।

ପୋର୍ଟ ଅଫ୍ ସ୍ପେନରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୪୩୮ ରନ୍ କରି ଅଲ ଆଉଟ୍ ହୋଇଯାଇଛି। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଷ୍ଟମ୍ପ ଅପସାରଣ ବେଳକୁ ୮୬/୧ ରନ୍ କରିଛି। ଖେଳ ସମାପ୍ତ ବେଳକୁ କ୍ରେଗ ବ୍ରାଥୱେଟ ୩୭ ଓ କିର୍କ ମ୍ୟାକେଞ୍ଜି ୧୪ ରନ୍ କରି ଅପରାଜିତ ରହିଛନ୍ତି। ଚନ୍ଦରପଲ ୩୩ ରନ୍ କରି ଆଉଟ୍ ହୋଇଛନ୍ତି ।

ଗତକାଲି ଟିମ୍‌ ଇଣ୍ଡିଆ ୨୮୮/୪ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ଦିନରେ ୮୭ ରନ୍ କରି ନଟଆଉଟ୍ ଥିବା ବିରାଟ କୋହଲି ଶତକ ଲଗାଇଥିଲେ । କୋହଲି ୧୮୦ଟି ବଲରେ ଶତକ ମାରିଥିଲେ । ଏହା ସହିତ ୫ ବର୍ଷ ପରେ ବିରାଟ କୋହଲି ବିଦେଶ ମାଟିରେ ଟେଷ୍ଟରେ ଶତକ ହାସଲ କରିଥିଲେ।

ପ୍ରଥମ ଦିନ ୩୬ ରନ୍ କରି ଅପରାଜିତ ଥିବା ରବୀନ୍ଦ୍ର ଜାଡ଼େଜା ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୫୨ଟି ବଲ୍ରୁ ୫ଟି ଚୌକା ସହାୟତାରେ ୬୧ ରନ୍ କରିଥିଲେ। ଈଶାନ କିଷନ ୩୭ଟି ବଲ୍ରୁ ୨୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୟଦେବ ଉନାଦକଟ ୭ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ (୦)ରବିଚନ୍ଦ୍ରନ ଅଶ୍ୱିନ ୫୬ ରନ୍ କରିଥିଲେ।

ୱେଷ୍ଟଇଣ୍ଡଜ ପକ୍ଷରୁ କିମର ରୋଚ୍ ଓ ଜୋମେଲ ୱାରିକାନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜାଶନ ହୋଲ୍ଡର ୨ଟି ଓ ଶାନନ ଗାବ୍ରିଏଲ ଗୋଟିଏ ୱିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.