ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: କାର- ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ

ଦୁର୍ଘଟଣା ଘଟିବା ପରେ ପଛରୁ ଆସୁଥିବା ଏକ ଟ୍ରକ ପୁଣି ଦୁର୍ଘଟଣାଗ୍ରସ୍ତ କାରକୁ ଧକ୍କା ଦେଇଛି। ବାଲିଗୁଡାରୁ ସୁକୁଙ୍ଗିଆ ଗାଁକୁ ବାଇକରେ ୩ଜଣ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଟ୍ରକକୁ ଓଭରଟେକ କରି ବାଇକକୁ ଧକ୍କା ଦେଇଥିଲା।

କନ୍ଧମାଳ(କେନ୍ୟୁଜ୍):  କାର- ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣା। ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ପରେ ପଛରୁ ଆସୁଥିବା ଏକ ଟ୍ରକ ପୁଣି ଦୁର୍ଘଟଣାଗ୍ରସ୍ତ କାରକୁ ଧକ୍କା ଦେଇଛି। ବାଲିଗୁଡାରୁ ସୁକୁଙ୍ଗିଆ ଗାଁକୁ ବାଇକରେ ୩ଜଣ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଟ୍ରକକୁ ଓଭରଟେକ କରି ବାଇକକୁ ଧକ୍କା ଦେଇଥିଲା।

କାରଟି ଉମରକୋଟରୁ ଭୁବନେଶ୍ୱର ଯାଉଥିଲା। କାରକୁ ଟ୍ରକ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା। ଖବର ପାଇ ବାଲିଗୁଡା ପୋଲିସ ଓ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲିଗୁଡା ପୋଲିସ ତଦନ୍ତ ଆରମ୍ଭ କରି ସହ ଦୁର୍ଘଟଣା ଗ୍ରସ୍ତ କାର ଓ ଟ୍ରକକୁ ଜବତ କରିଛି।.

Leave A Reply

Your email address will not be published.