ନୀତିଶ ଆମର, ଏନଡିଏରେ ଯେବେ ଚାହିଁବେ ମିଶି ପାରିବେ : କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ଵାଲେ
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆମର , ଆମ ସହ (ଏନଡିଏ) ଯେବେ ବି ଚାହିଁବେ ମିଶି ପାରିବେ । ତେଣୁ ଆଗାମୀ ଅଗଷ୍ଟରେ ମୁମ୍ବଇରେ ହେବାକୁ ଥିବା ବିରୋଧୀ ଦଳ ‘ଇଣ୍ଡିଆ’ ବୈଠକରେ ନୀତିଶ ଯୋଗ ଦେବେ ନାହିଁ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ଅଠଓ୍ଵାଲେ ।

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆମର , ଆମ ସହ (ଏନଡିଏ) ଯେବେ ବି ଚାହିଁବେ ମିଶି ପାରିବେ । ତେଣୁ ଆଗାମୀ ଅଗଷ୍ଟରେ ମୁମ୍ବଇରେ ହେବାକୁ ଥିବା ବିରୋଧୀ ଦଳ ‘ଇଣ୍ଡିଆ’ ବୈଠକରେ ନୀତିଶ ଯୋଗ ଦେବେ ନାହିଁ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ଅଠଓ୍ଵାଲେ । ନୀତିଶ ଆମ ପାଖକୁ କେବେ ବି ଆସିପାରିବେ ।
ନୀତିଶ ଏନଡିଏ ସହ ଥିଲେ । ସେ ଆମର ଜଣେ ଭଲ ବନ୍ଧୁ । ନୀତିଶଙ୍କ ଦଳ (ଜେଡୁୟୁ ) ଏନଡିଏ ଛାଡିଥିଲେ ମଧ୍ୟ ବିହାର ସେହି ସମାନ ସୁବିଧା ଓ ସୁଯୋଗ ପାଇବ ଯାହା ଆଗରୁ ପାଉଥିଲା । କାରଣ ପ୍ରଧାନମନ୍ତ୍ରୀ ‘ସବକା ସାଥ, ସବକା ବିକାଶ’ ସ୍ଲୋଗାନ ଦେଇଛନ୍ତି । ବିହାର ଆମ ନିଜ ଲୋକ ବୋଲି ଅଠଓ୍ଵାଲା କହିଥିଲେ ।
ପ୍ରକାଶଯୋଗ୍ୟ ଯେ ‘ଇଣ୍ଡିଆ’ ମେଣ୍ଟ ଦଳ ଗଠନ ହେବାରେ ନୀତିଶଙ୍କ ଭୂମିକା ସର୍ବୋପରି । କାରଣ ସେ ହିଁ ପ୍ରଥମେ ସବୁ ଦଳର ମୁଖ୍ୟଙ୍କୁ ଭେଟି ମେଣ୍ଟ ଗଢ଼ିବାର ବିକଳ୍ପ ବାଛିଥିଲେ । ତାଙ୍କର ଉଦ୍ୟମରେ ୨୪ ଦଳ ଗୋଟିଏ ମଞ୍ଚଳରେ ଏକତ୍ର ହୋଇ ପାରିଥିଲେ ।