+୨ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

କେନ୍ୟୁଜ୍: ଯୁକ୍ତ ୨ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ। ଚଳିତବର୍ଷ ଯୁକ୍ତ ୨ ରେ ନାମଲେଖାଇବା ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ କଟ ଅଫ୍‌ରେ ୩ ଲକ୍ଷ ୩୩ ହଜାର ୫୭୩ ଜଣ ସ୍ଥାନ ପାଇଛନ୍ତି। ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୦ ଜଣ ଛାତ୍ରଛାତ୍ରୀ, ବିଜ୍ଞାନରେ ୮୧ ହଜାର ୧୯୭ ଜଣ ଓ ବାଣିଜ୍ୟରେ ୨୨ ହଜାର ୩୫୭ ଜଣ ଛାତ୍ରଛାତ୍ରୀ କଟ୍‌ ଅଫ୍‌ରେ ସ୍ଥାନ ପାଇଛନ୍ତି। କଳାରେ ୭୧.୧୭ ପ୍ରତିଶତ କଟ ଅଫ୍‌ ମାର୍କ ସହ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାୟର ସେକେଣ୍ଡାରୀ ସ୍କୁଲ ରାଜ୍ୟରେ ଆଗରେ ରହିଛି। ବିଜ୍ଞାନରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି କଟକର ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ରେଭେନ୍ସାରେ କଟ୍‌ ଅଫ୍‌ ମାର୍କ ରହିଛି ୯୦ ପ୍ରତିଶତ। ବାଣିଜ୍ୟରେ ଗଞ୍ଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ୮୦.୬ ପ୍ରତିଶତ କଟଅଫ୍‌ ମାର୍କ ରଖି ରାଜ୍ୟରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.