Below header

ଯାଜପୁର: ମାଟ୍ରିକ୍‌ରେ ରେଜଲ୍ଟ ଖରାପ ନେଇ ବିଦ୍ୟାଳୟକୁ ନୋଟିସ୍‌

ଯାଜପୁର(କେନ୍ୟୁଜ୍): ମାଟ୍ରିକ୍‌ ପରୀକ୍ଷାରେ ଖରାପ ଫଳାଫଳ ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ କୈଫୟତ । ଯାଜପୁର ଜିଲ୍ଲାର ୪୬ଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ଯେଉଁ ସବୁ ବିଦ୍ୟାଳୟରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାଁନ୍ତି ସେମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ । ଛାତ୍ରଛାତ୍ରୀ ଫେଲ୍‌ ହେବାର କାରଣ କଣ, ସେନେଇ ପ୍ରଧାନଶିକ୍ଷକଙ୍କ ସମେତ ବିଭିନ୍ନ ବିଷୟର ଶିକ୍ଷକଙ୍କୁ ମଧ୍ୟ ଏଥିପାଇଁ କୈଫିୟତ ଦେବାକୁ ପଡ଼ିବ । ସେପଟେ ଖରାପ ରେଜଲ୍ଟ ପାଇଁ ଶିକ୍ଷା ଅଧିକାର ଆଇନକୁ ଦାୟୀ କରିଛନ୍ତି ନୋଟିସ୍‌ ପାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ । ସେମାନଙ୍କ କହିବା କଥା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଫେଲ ବ୍ୟବସ୍ଥା ନଥିବାରୁ ଦଶମ ଶ୍ରେଣୀ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.