ଭଞ୍ଜନଗର: ଭିଜିଲାନ୍‌ସ ଜାଲରେ ଦୁଇ ସରକାରୀ ଅଧକାରୀ, କାମ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍‌ସ ଜାଲରେ ଦୁଇ ସରକାରୀ ଅଧକାରୀ। ଭଞ୍ଜନଗରରେ ଦୁଇଦୁଜଣ ସରକାରୀ ଅଧିକାରୀ ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଛନ୍ତି। ଭଞ୍ଜନଗର ଡାକ୍ତରଖାନାର ଏସଡିଓମଓ ଡାକ୍ତର ପିତାମ୍ବର ଦାସ ଅସ୍ତ୍ରୋପଚାର କରାଇବାକୁ ଭାନୁମତି ନାୟକଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ସେହିପରି ବେଲଗୁଣ୍ଠା ବ୍ଲକ ଖଇରପୁଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ପଞ୍ଚାନନ ପ୍ରଧାନ ସେହିଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଆବାସ ଯୋଜନାରେ ବିଲ ପାସ କରାଇ ଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଟିମ ହାତରେ ଧରାପଡ଼ିଥିବା ଭିଜିଲାନ୍‌ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି।