କାଳିଆ ଯୋଜନାରେ ଅଛନ୍ତି ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ, ୨୭ ସୁଦ୍ଧା ସବୁ ପଞ୍ଚାୟତରେ ସରିବ ଚିହ୍ନଟ ପ୍ରକ୍ରିୟା

କାଳିଆ ଯୋଜନାରେ ଅଛନ୍ତି ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ। ୫୧ ଲକ୍ଷ ହିତାଧିକାରୀଙ୍କ ଭିତରୁ ଗତ ୧୪ ତାରିଖ ସୁଦ୍ଧା ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯାଇଛି । ସେଥିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଆସନ୍ତା ୨୭ ସୁଦ୍ଧା ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ । ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ଶେଷ ହେବ । ୩୧ ତାରିଖ ପରେ ସମସ୍ତ ତଥ୍ୟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଉପରେ ଚିନ୍ତା କରାଯିବ । ଏନେଇ କୃଷି ଭବନରେ ‘କାଳିଆ’ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି । କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ୫୧ ଲକ୍ଷରୁ ଅଧିକ ହିତାଧିକାରଙ୍କୁ ସହାୟତା ଦିଆଯାଇଥିବା ସେ କହିଛନ୍ତି । ସେହିପରି କାଳିଆ ଛାତ୍ରବୃତ୍ତି ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏବେସୁଦ୍ଧା କାଳିଆ ଛାତ୍ରବୃତ୍ତି ପାଇଁ ୧୯ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଆଡମିସନ ପ୍ରକ୍ରିୟା ସରିବା ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପାଇଁ ଚିହ୍ନଟ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.