Below header

ଡିଟୋନେଟର ଖଞ୍ଜି ମାଛ ଧରୁଥିଲେ, ବିସ୍ଫୋରଣରେ ୨ ଜଣ ଆହତ

ବ୍ରହ୍ମପୁର (କେ ନ୍ୟୁଜ୍‌) : ନଦୀରେ ମାଛ ଧରିବାକୁ ଜାଲ ନୁହେଁ, ଡିଟୋନେଟର ଖଞ୍ଜା ଯାଇଥିଲା । ପାଣିରେ ଏମିତି ବିସ୍ଫୋରକ ଖଞ୍ଜି ମାଛ ମାରୁଥିଲେ । ଏହା ଫୁଟିବା ପରେ ମାଛ ମାରୁଥିଲେ । ଗଂଜାମ ଜିଲ୍ଲା ଆଡପଡା ଘୋଡାହାଡ ନଦୀରେ ଏମିତି କିଛି ଲୋକ ମାଛ ମାରନ୍ତି । ହେଲେ ବୁଧବାର ଅପରାହ୍ନ ଥିଲା ଘଟିଲା ଅଘଟଣ । ଡିଟୋନେଟର ଖଞ୍ଜିବା ପରେ ଏହା ନ’ ଫୁଟିବାରୁ ପାଖକୁ ଯାଇ ତାକୁ ପରଖୁ ଥିଲେ । ହେଲେ ସେତିକି ବେଳେ ଏହା ଅଚାନକ ଫୁଟିଗଲା । ବିସ୍ପୋରଣରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.