ଚାଲୁ ରହିଛି ମେଘାଳୟରେ ଉଦ୍ଧାର କାର୍ଯ୍ୟ : ୨୦ ଜଣିଆ ଟିମ ନିୟୋଜିତ

ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ କୋଇଲା ଖଣି ଉଦ୍ଧାର କାର‌୍ୟ୍ୟରେ ଓଡ଼ିଶାର ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ ନିୟୋଜିତ ହୋଇଛି । ୧୦ଟି ପମ୍ପସେଟ୍ ଘଟଣାସ୍ଥଳକୁ ଯାଇଥିବାବେଳେ ୬ଟି ପମ୍ପସେଟ୍ ପାଣି ନିଷ୍କାସନ କରାଯାଉଛି । ଏହି ଟିମ୍ ପମ୍ପସେଟ ମାଧ୍ୟମରେ ଖଣିରୁ ଜଳ ନିଷ୍କାସନ କରୁଛନ୍ତି । ପାହାଡ଼ିଆ ଅଞ୍ଚଳ ଜିରୋ ଡିଗ୍ରୀ ତାପମାତ୍ରା ରହୁଥିବାରୁ ନୌସେନା ୟୁନିଟକୁ ମଧ୍ୟ ସେଭଳି ସଫଳତା ମିଳୁନାହିଁ। ଦୁର୍ଘଟଣା ଘଟିଥିବା ଖଣି ନିକଟକୁ ହେଭିେଓ୍ଵଟ ଯନ୍ତ୍ରପାତି ମଧ୍ୟ ଯାଇ ପାରୁ ନାହିଁ।

meghalaya

କୋଲ ଇଣ୍ଡିଆ ଓ କିର୍ଲୋସ୍କରର ପମ୍ପସେଟ୍ ମଧ୍ୟ ଘଟଣା ସ୍ଥଳରେ ନିୟୋଜିତ ହୋଇଛନ୍ତି। ଶ୍ରମିକମାନେ ଖଣିରେ କାମ କରୁଥିବା ବେଳେ ହଠାତ ପାଣି ପସିଯାଇଥିଲା । ଶ୍ରମିକଙ୍କ ମଧ୍ୟରୁ କିଛି ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ୧୫ ଜଣ ଫସି ରହିଛନ୍ତି । ଗତ ୨୮ ତାରିଖରୁ ଉଦ୍ଧାର ପାଇଁ ଉଦ୍ୟମ ଜାରୀ ରହିଛି। ପାଣି ନିଷ୍କାସନ ସରିବା ପରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ନାଭାଲ ୟୁନିଟ ପ୍ରବେଶ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.