ସାଇବର ଠକେଇ ଅଭିଯୋଗରେ ୨ ଅନ୍ତରାଜ୍ୟ ସାଇବର ଠକ ଗିରଫ

ନୟାଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ସାଇବର ଠକେଇ ମାମଲାରେ ୨ଜଣ ଅନ୍ତରାଜ୍ୟ ସାଇବର ଠକଙ୍କୁ ବିହାର ରାଜ୍ୟରୁ ଗିରଫ କରିଛି ଟାଉନ ପୋଲିସ ।

 ନୟାଗଡ଼: ନୟାଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ସାଇବର ଠକେଇ ମାମଲାରେ ୨ଜଣ ଅନ୍ତରାଜ୍ୟ ସାଇବର ଠକଙ୍କୁ ବିହାର ରାଜ୍ୟରୁ ଗିରଫ କରିଛି ଟାଉନ ପୋଲିସ । ସୂଚନା ଅନୁଯାଇ, ନୟାଗଡ଼ ଏକ ବ୍ୟାଙ୍କରେ କାମ କରୁଥିବା ଶୁଭଶ୍ରୀ ଶୁଭଶ୍ମିତା ବେହେରା ସୋସିଆଲ ମିଡ଼ିଆରୁ ମହାବିର ଫାଇନାନ୍ସ ନାମକ ଏକ ସଂସ୍ଥା ସହ ଲୋନ ଦେଉଥିବା ସୂଚନା ପାଇଁ ଯୋଗାଯୋଗ କରିଥିଲେ । ଏହି ସଂସ୍ଥାର କହିବା ଅନୁଜାଇ ଶୁଭଶ୍ରୀ ସମସ୍ତ ଡକୁମେଣ୍ଟ ଦେଇଥିଲେ ।

ପରେ ଏହି ସଂସ୍ଥା ଲୋନ ଦେବ କହି ବିଭିନ୍ନ ଚାର୍ଜ କହି ୬ ପର୍ଯ୍ୟାୟରେ ମୋଟ ୪୯,୦୦୦ ଟଙ୍କା ଲୁଟି ନେବାସହ ଲୋନ ଦେଇନଥିଲେ । ତେବେ ଏହି ସଂସ୍ଥା ଦ୍ବାରା ଯୁବତୀ ସାଇବର ଠକାମିର ଶିକାର ହେବାପରେ ଏ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ପୋଲିସ ଘଟଣାର ତଦନ୍ତ କରିବା ସହ ୨ ଅନ୍ତରାଜ୍ୟ ସାଇବର ଠକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

୨ ଜଣ ଅଭିଯୁକ୍ତ ବିହାର ରାଜ୍ୟ ଗୟା ଜିଲ୍ଲାର ରାକେଶ କୁମାର ଓ ମନିସା କୁମାର। ଉଭୟଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୫୭,୦୦୦ ଟଙ୍କା ସମେତ ୫ ଟି ମୋବାଇଲ ଫୋନ ଜବତ କରିଛି । ସେମାନେ ଅନ୍ୟ କେଉଁ କେଉଁ ଅଞ୍ଚଳରେ ଏପରି ସାଇବର ଠକାମିରେ ସାମିଲି ଅଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.