ନିଅଣ୍ଟିଆ ବର୍ଷାରୁ ମିଳିବ ଆଶ୍ବସ୍ତି, ପଛକୁ ପଛ ଅସୁଛି ଦୁଇଟି ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ):ଜୁଲାଇରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା । ମାସ ଶେଷ ବେଳକୁ ବଢ଼ିପାରେ ପରିମାଣ । ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଦୁଇ ଦୁଇଟି ଲୋ ପ୍ରେସର ସୃଷ୍ଟି ସମ୍ଭାବନା ଅଛି । ୨୧ ତାରିଖରେ ଗୋଟିଏ ଦାନା ବାନ୍ଧିବ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଛକୁ ପଛ ଆସିବ ଆଉ ଗୋଟିଏ । ୨୭ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହି ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଓ ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର। ସେମାନଙ୍କ ଆକଳନ କହୁଛି, ୨୬ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଅର୍ଥାତ ୧୦ ଦିନରେ ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା ପରିମାଣ । ୨୩ରୁ ୨୯ ଯାଏ ଭଲ ବର୍ଷା ବୋଲି ଅନୁମାନ କରଛି ପାଣିପାଗ ବିଭାଗ ।

low pres

ରାଜ୍ୟରେ ଏବେ ବର୍ଷା ଅଭାବ । ୧୯ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଆଷାଢ଼ ସରି ସରି ଆସିଲାଣି । କିନ୍ତୁ ବେଉଷଣ ଏଯାଏ ଆରମ୍ଭ ହୋଇନି । ଲୁଚକାଳି ଖେଳୁଛି ମୌସୁମୀ । ବର୍ଷା ନାହିଁ । ଜୁନ ପହିଲାରୁ ଆଜି ଭିତରେ ରାଜ୍ୟରେ ୨୭ ପ୍ରତିଶତ କମ୍‌ ବର୍ଷା ହୋଇଛି । ଭଦ୍ରକରେ ରେକର୍ଡ ହୋଇଛି ସବୁଠୁ କମ୍‌ ୧୪୯ ମିଲିମିଟର ବର୍ଷା । କୋରାପୁଟ ଜିଲ୍ଲାରେ ସର୍ବାଧିକ ୪ଶହରୁ ମିଲିମିଟରରୁ ଅଧିକ ବର୍ଷିଛି । ଲଘୁଚାପ ପ୍ରଭାବରେ ନିଅଣ୍ଟିଆ ବର୍ଷା ଭରଣା ହୋଇପାରେ । ନିଅଣ୍ଟ ବର୍ଷା ଭରଣା କରିବାରେ ଏବେ ଲଘୁଚାପ ଭରସା । ନହେଲେ ସ୍ଥିତି ଆହୁରି ବିଗିଡ଼ିବ । ମରୁଡ଼ା ଆଶଙ୍କାକୁ ଏଡ଼ାଯାଇ ନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.