ନୟାଗଡ: ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡାରେ କାଜୁ ବଗିଚାକୁ କେନ୍ଦ୍ରକରି ହଣାକଟା, ଥାନାରେ ଶବ ରଖି ବିକ୍ଷୋଭ କଲେ ଗ୍ରାମବାସୀ

ଟାଙ୍ଗି(କେନ୍ୟୁଜ): ଗତକାଲି ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ରାଇପଡା ଗ୍ରାମରେ କାଜୁ ବଗିଚାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲରାଯାଇଛି । ତେବେ ଆଜି ସେହି ମୃତ ବ୍ୟକ୍ତିଙ୍କ ମର ଶରୀର ରଖି ରାଇପଡାର କିଛି ଲୋକେ ଚାନ୍ଦପୁର ଥାନା ଘେରାଉ କରିଥିଲେ। ଏହି ଘଟଣାର ଖବର ପାଇଁ ନୟାଗଡ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରି ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ଓ ଆହତମାନଙ୍କୁ ସହାୟତା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଏତିକିରେ ସନ୍ତୁଷ୍ଟ ନହୋଇ ମୃତକଙ୍କ ପରିବାରକୁ ୧୫ ଲକ୍ଷର କ୍ଷତିପୂରଣ ଦେବା ପାଇଁ ଏ ପର୍ଯ୍ୟନ୍ତ ଅଡ଼ିବସିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ନଥିଲେ।
chandpur ps ଗତକାଲିର ମିଳିଥିବା ସୂଚନା ମୁତାବକ ରାଇପଡ଼ା ଗ୍ରାମର ବେଣୁଧର ପ୍ରଧାନ ଓଡ଼ିଶା କାଜୁ ଉନ୍ନୟନ ନିଗମଠାରୁ କଦମଝୋଲା କାଜୁ ବଗିଚାକୁ ନିଲାମ ଆଣିଛନ୍ତି । କାଜୁ ବଗିଚାରେ ବିଭିନ୍ନ କାମ ପାଇଁ ୮ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଏବେ କାଜୁ ସଂଗ୍ରହ ସମୟ ହୋଇଥିବା ବେଳେ ବେଣୁଧରଙ୍କ ଏହି ୮ଜଣ ଲୋକ ଆଜି ତାଙ୍କ ବଗିଚାରୁ କାଜୁ ସଂଗ୍ରହ କରୁଥିଲେ । ଏହି ସମୟରେ ରାଇପଡ଼ା ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ଲୋକ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିସହ କାଜୁ ଗଛ ଭାଙ୍ଗି ବଗିଚାକୁ ନଷ୍ଟ କରି ଦେଇଥିଲେ ।
ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଆହତମାନଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଙ୍ଘର୍ଷରେ ଦୁର୍ଗା ପ୍ରଧାନ (୫୦) ଓ ବିରଞ୍ଚି ପ୍ରଧାନ (୫୫)ଙ୍କ ସମେତ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଦୁର୍ଗା ଟାଙ୍ଗୀ ଡାକ୍ତରଖାନାରେ ଓ ବିରଞ୍ଚି ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।ସଂଘର୍ଷକୁ ନେଇ ରାଇପଡ଼ାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଚାନ୍ଦପୁର ଥାନାକୁ ଆସି ଘଟଣାର ତଦନ୍ତ କରିଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଥାନାରେ ଅଭିଯୋଗ ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.