Below header

ଅସୁସ୍ଥ ସ୍ତ୍ରୀକୁ ନେଇ ଡାକ୍ତରଖାନା ଯାଉଥିଲେ, ସ୍ୱାମୀଙ୍କୁ ପିଟି ଲହୁଲୁହାଣ କରିଦେଲେ ବାଙ୍କୀର ମହିଳା ପୋଲିସ କର୍ମଚାରୀ

ବାଙ୍କୀ (କେନ୍ୟୁଜ୍‌) : କଟକ ଜିଲ୍ଲା ବାଙ୍କୀରେ ଜଣେ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ । ଆଜି ଦିନ ବେଳା ଯୁବକ ଜଣଙ୍କ ବାଇକରେ ବସାଇ ନିଜ ଅସୁସ୍ଥ ପତ୍ନୀଙ୍କୁ ବାଙ୍କୀ ଡାକ୍ତରଖାନାକୁ ନେଉଥିବା ବେଳେ କଚେରୀ ଛକଠାରେ ପୋଲିସ ଅଟକାଇ ଥିଲା । ବର୍ତ୍ତମାନର ଲକ୍‌ଡାଉନ୍‌ ନିୟମକୁ ମାନି ପୋଲିସ୍‌ ତାଙ୍କୁ ଘରକୁ ଫେରିଯିବାକୁ କହିଥିଲା । ତେବେ ଏହାକୁ ନେଇ ମହିଳା ପୋଲିସ ଜଣଙ୍କ ବାଇକ ଆରୋହୀଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ମାଡ଼ରେ ଯୁବକ ଜଣକ ରକ୍ତାକ୍ତ ହୋଇ ଯାଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଙ୍କୀ ଏସଡିପିଓ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.