Below header

କରୋନା ଟିକା ପ୍ରସ୍ତୁତ କରିବା ଦୈାଡ଼ରେ କେଉଁ ଦେଶ ଆଗରେ, ଆମେରିକା, ଚୀନ୍‌,ଜାପାନ ନା ଜର୍ମାନ

କରୋନା ଭାଇରସ୍‌ ଟିକା ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି । ହେଲେ ଏଯାଏ ଟିକା ପ୍ରସ୍ତୁତ କରିବାରେ  କେହି ସକ୍ଷମ ହୋଇନାହାଁନ୍ତି । ତେବେ ଅନେକ ଦେଶ ଟିକାର କ୍ଲିନିକାଲ୍‌ ଟ୍ରାଏଲ୍‌ କରିବା ନେଇ ଦାବି କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଦେଶ ଟିକା ପ୍ରସ୍ତୁତ କରିବାରେ କେତେ ଆଗରେ ।

ଚୀନ୍‌: ଏହା ହେଉଛି ପ୍ରଥମ ଦେଶ ଯେ କି ପ୍ରଥମେ ଭାଇରସ୍‌ରେ ଆକ୍ରାନ୍ତ ହେବା ସହ ଟିକା ଖୋଜିବା କାର୍ଯ୍ୟ ମଧ୍ୟ ପ୍ରଥମେ ଆରମ୍ଭ କରିଛି । ବେଜିଂ ସ୍ଥିତ ଆଡଭାସିନ୍‌ ବାୟୋଟେକ୍‌ନୋଲୋଜି, ଆମେରିକା ବାୟୋଟେକ୍‌ କମ୍ପାନୀ ସହ ମିଶି ଏକ ‘ଡିଏନ୍‌ଏ ଭେସିନ୍‌’ ଆଇଏନ୍‌ଓ-୪୮୦୦ ନାମକ ଏକ ଟିକା ବିକଶିତ କରିଛନ୍ତି ।

 

corona-1

ଏହି ଟିକା ଏବେ କ୍ଲିନକାଲ୍‌ ଟ୍ରାଏଲ୍‌ ଅପେକ୍ଷାରେ ଅଛି । ଏହା ସଫଳ ହେଲେ କରୋନା ଭାଇରସ୍‌କୁ ନିପାତ କରିବା ପାଇଁ ଏହି ଟିକା ମଣିଷ ଦେହରେ ସିଧାସଳଖ ପ୍ରୟୋଗ କରାଯିବ ।

ଜାପାନ: ଚୀନ୍‌ ପରେ ଜାପାନରେ ଜାନୁଆରୀ ୧୬ ତାରିଖରେ ପ୍ରଥମେ କରୋନା ସଂକ୍ରମଣ ଜଣାପଡ଼ିଲା । ଜାପାନରେ ‘ଫାଭିପିରାଭିର’ ନାମରେ ଏକ ମେଡିସିନ୍‌ ପ୍ରସ୍ତୁତ କରିଛନ୍ତି ।

corona-2

ମାତ୍ର ଏହା ସାଧାରଣ ସଂକ୍ରମଣ ଥିବା କରୋନା ରୋଗୀଙ୍କୁ କେବଳ ଭଲ କରିବାରେ ସଫଳ ହେଉଥିବା ବେଳେ ଅଧିକ ସଂକ୍ରମଣ କ୍ଷେତ୍ରରେ ଫେଲ୍‌ ମାରିଥିବା ଦେଖାଯାଇଛି ।

ଜର୍ମାନ: ୟୁରୋପୀୟ ଟିକା ଗବେଷଣା କ୍ଷେତ୍ରରେ ଜର୍ମାନର ବାୟୋଏନ୍‌ଟେକ୍‌ ମୂଖ୍ୟ ଭୁମିକା ଗ୍ରହଣ କରିଥାଏ । କିଛିଦିନ ତଳେ ଏହା ଏକ ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଥିଲା ।

ଆମେରିକାର ବୃହତ୍ତମ ଔଷଧ କମ୍ପାନୀ ‘ଫିଜର’ସହ ସହବନ୍ଧିତ ହୋଇ କାମ କରିବାକୁ ଘୋଷଣା କରିଥିଲେ ହେଁ ପରେ ଜର୍ମାନ ସରକାର ତାର ଗବେଶକଙ୍କୁ ଆମେରିକାର ଛାଡ଼ିବାକୁ ମନା କରିଥିଲା । ଏହି ଟିକା ଏବେ କ୍ଲିନକାଲ୍‌ ଟ୍ରାଏଲ୍‌ ଅପେକ୍ଷାରେ ଅଛି ।

corona-3

ଆମେରିକା: ମଣିଷ ଉପରେ ପ୍ରଥମ ପରୀକ୍ଷଣ ଭାବେ ଆମେରିକା ‘ଏମ୍‌ଆର୍‌ଏନ୍‌ଏ-୧୨୭୩’ ନାମକ ଟିକା ଆରମ୍ଭ କରିଦେଇଛି । ଏହି ଟିକା ଆମେରିକାର ବାୟୋଟେକ୍‌ନୋଲୋଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଛି ।

ସିଟେଲ୍‌ରେ ଏହି ଟିକା ୪ ଜଣ ରୋଗୀଙ୍କ ଉପରେ ପ୍ରୟୋଗ କରାଯାଇଛି ବୋଲି ଓ୍ଵାଶିଂଟନ୍‌ ପ୍ରେସ୍‌ ନ୍ୟୁଜ୍‌ ସୂତ୍ରରୁ ଜଣାପଡ଼ିଛି । ଏହି ଟିକାର ପ୍ରାରମ୍ଭିକ ପରୀକ୍ଷଣ ଆମେରିକା ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍ଥ ଦ୍ୱାରା କରାଯାଇଛି ।

ତେବେ ଏହାର ସଠିକ ଫଳାଫଳ ପାଇଁ ପ୍ରାୟ ୧୨ ମାସ ସମୟ ଲାଗିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.