ଜୟପୁର : ବିପଦର ବନ୍ଧୁ ପାଲଟିଲା ପୋଲିସ୍‌, ଶବ ବୋହି ନେଇ କଲେ ଶେଷକୃତ୍ୟ

ଜୟପୁର (କେ ନ୍ୟୁଜ୍‌) : ପୋଲିସ୍‌ ଆମରି ପାଇଁ । ଯେତେ ତାଗିଦ କଲେ ବି ଯାହା କରୁଛି ଆମ ଭଲ ପାଇଁ । ଏକଥା ଏଇ କରୋନା ପରିସ୍ଥିତିରେ ପ୍ରମାଣିତ ହୋଇଯାଇଛି । ତେବେ କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ଫାମ୍ପୁଣି ଠାରେ ଆଜି ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି । ଏହି ଗାଁର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା । ହେଲେ କରୋନା ଭୟରେ ଗାଁ ଲୋକ ତାଙ୍କର ଶେଷକୃତ୍ୟ ପାଇଁ ଘରୁ ବାହାରିଲେ ନାହିଁ ।

POLICE-2

ଏତିକି ବେଳେ ଗାଗନପୁର ଫାଣ୍ଡି ଅଧିକାରୀ କବିରାଜ ସାହୁ ପହଞ୍ଚିଥିଲେ । ପରେ ପରେ ଜୟପୁର ସଦର ଥାନା ଶିବ ସାହୁ ଓ ତାଙ୍କ ସହକର୍ମୀମାନେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟି କାମ କରାଇଥିଲେ । ସେମାନେ ମୃତଦେହକୁ ନିଜେ ବୋହି ନେଇ ପୋତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.