ପରିବା ବଜାରରେ ମୋବାଇଲ ଚୋରି କରୁଥିବାବେଳେ ଧରାପଡିଲେ ୨ ଚୋର

କାମାକ୍ଷାନଗର(କେନ୍ଯୁଜ୍): ୨ ମୋବାଇଲ ଚୋର ଗିରଫ । ପରିବା ବଜାରରେ ମୋବାଇଲ ଚୋରି କରୁଥିବାବେଳେ ୨ଚୋରଙ୍କୁ ଧରି ପୋଲିସର ଜିମା ଦେଲେ ଲୋକ। ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିବା ବଜାରରେ ମୋବାଇଲ ଚୋରି କରୁଥିବାବେଳେ ୨ଚୋରଙ୍କୁ ଧରିଲେ ଲୋକ।

୨ଜଣଙ୍କ ଠାରୁ ୩ଟି ମୋବାଇଲ ସହିତ ଗୋଟିଏ ମୋଟରସାଇକେଲ ଜବତ। ୨ଜଣ ବିହାରର ମାଇକେଲ ସନ୍ତୋଷ ଓ ଅକ୍ଷୟ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ସେମାନଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.