ଜାଗ୍ରତ ପ୍ରହରୀଙ୍କୁ ଗ୍ୟାଲେଣ୍ଟ୍ରି ପୋଲିସ ମେଡାଲ, ମାଲକାନଗିରି ଓ କୋରାପୁଟ ୨ BSF ଜବାନଙ୍କୁ ମିଳିଛି ପୋଲିସ ମେଡାଲ

ମାଲକାନଗିରି(କେନ୍ୟୁଜ୍): ଜାଗ୍ରତ ପ୍ରହରୀଙ୍କୁ ମିଳିଛି ଗ୍ୟାଲେଣ୍ଟ୍ରି ପୋଲିସ ମେଡାଲ।ଜାତୀୟ ସ୍ତରରେ ମୋଟ ୨୩ ଜଣଙ୍କୁ ପୋଲିସ ମେଡାଲ ଦିଆଯାଇଛି।ସେଥିମଧ୍ୟରୁ କେବଳ ମାଲକାନଗିରି ଆଉ କୋରାପୁଟ ଜିଲ୍ଲାରେ ୫ ଜଣ BSF ଜବାନ ଗ୍ୟାଲେଣ୍ଟ୍ରି ପୋଲିସ ମେଡାଲ ପାଇଛନ୍ତି।ନିଜ ପରିବାର ଛାଡି ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଆମ BSF ଜବାନ ଦିନ ରାତି ଅହରହ ଆମର ସୁରକ୍ଷା ଦେଇ ଆସୁଛନ୍ତି। ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ରେ BSF ଜବାନ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ଦେଖାଇ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଦିଲ୍ଲୀରେ ୫ ଜଣଙ୍କୁ ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରଦାନ କରିଛନ୍ତି।

police medal 1

BSF  ଅଷ୍ଟମ ବାଟାଲିୟନର DIG ମଦନ ଲାଲ,BSF  ଆସିଷ୍ଟାଣ୍ଟ କୋମାଣ୍ଡେଣ୍ଟ ସନ୍ଦୀପ ଗୁପ୍ତା। BSF ଆସିଷ୍ଟାଣ୍ଟ ସୁଶୀଲ ସିଂ, ହେଡ କନଷ୍ଟେବଳ  ବିନୟ କ୍ରିସାଲି ଏବଂ କନଷ୍ଟେବଳ ସଞ୍ଜୟ ପାଲ ଏହି ପାଞ୍ଚ ସାହସୀ ଜବାନ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଛନ୍ତି । ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ମାଓ ହିଂସା କମାଇବା ପାଇଁ ମାଓ ଦମନ ଅପରେସନ ରେ ଏହି ବାହାଦୂର ସିପାହୀ ନିଜ ଜୀବନ କୁ ଭ୍ରୁକ୍ଷେପ ନ କରି ସାହାସିକତା ର ସହ ଲଢ଼ି ଜିଲ୍ଲାରେ ଶାନ୍ତି ଫେରାଇ ଆଣି ପାରିଛନ୍ତି।ତେଣୁ ଏହି ଜାଗ୍ରତ ପ୍ରହରୀ ଙ୍କୁ ମାଲକାନଗିରି ଜିଲ୍ଲା ବାସୀ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.