Below header

ଲୋକସଭାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କପ୍ରଶ୍ନ, ୨୦୧୪ ପରଠାରୁ ଦେଶରେ କେତେ ସଂଖ୍ୟକ ଜବାହର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି?

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ କେନ୍ଦ୍ରୀୟ ବିଦ୍ୟାଳୟ KV ଓ ଜବାହର ନବୋଦୟ ବିଦ୍ୟାଳୟ,JNV ପ୍ରସଙ୍ଗ ଉଠାଇଥିଲେ। ଉଭୟଙ୍କ ଅଣତାରକା ପ୍ରଶ୍ନ ଥିଲା, ୨୦୧୪ ପରଠାରୁ ଦେଶରେ କେତେ ସଂଖ୍ୟକ ଜବାହର ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତର ଥିଲା, ୨୦୧୪ ପରଠାରୁ ଦେଶରେ ୧୫୮ଟି କେଭି ଓ ୬୧ଟି ଜେଏନ୍‌ଭି ପ୍ରତିଷ୍ଠା କରାଯାଇଛି। ସେଥିରୁ ଓଡ଼ିଶାରେ ଖୋଲାଯାଇଛି ୧୦ଟି କେନ୍ଦ୍ରୀୟ ବିଦ୍ୟାଳୟ। କିନ୍ତୁ କୌଣସି ନବୋଦୟ ବିଦ୍ୟାଳୟ ଖୋଲାଯାଇ ନାହିଁ।

ସାଂସଦଙ୍କ ପ୍ରଶ୍ନ ଥିଲା, ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟଗୁଡିକରେ ଆଗାମୀ ଦିନରେ ଜବାହର ନବୋଦୟ ବିଦ୍ୟାଳୟ ଖୋଲିବାକୁ ପ୍ରସ୍ତାବ ରହଛି କି। ମନ୍ତ୍ରୀ କହିଛନ୍ତି ନବୋଦୟ ସ୍କିମରେ ପ୍ରତି ଜିଲ୍ଲାରେ ଖୋଲାଯାଉଛି ନବୋଦୟ ବିଦ୍ୟାଳୟ। ଓଡ଼ିଶାର ୩୦ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ରହିଛି। ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଅତିରିକ୍ତ ନବୋଦୟ ବିଦ୍ୟାଳୟ।

ତାଳଚେରରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ମେମୋରେଣ୍ଡମ ଦିଆଯାଇଛି କି ବୋଲି ଜାଣିବାକୁ ଚାହିଁଥିଲେ ସାଂସଦ। ମନ୍ତ୍ରୀଙ୍କ ଉତ୍ତର ଥିଲା ତାଳଚେରରେ କେଭି ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ସେଥିରେ କିଛି ବିସଙ୍ଗତି ଦୂର କରିବାକୁ ତାକୁ ରାଜ୍ୟ ପାଖକୁ ପଠାଇ ଦିଆଯାଇଛି।

ଲାଇବ୍ରେରୀଗୁଡିକୁ ଡିଜିଟାଲ ସୁବିଧା ପ୍ରଦାନ କରି KV ଓ JNVଗୁଡିକୁ ଅପ୍‌ଗ୍ରେଡ୍‌ କରିବାକୁ ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଥିଲେ ସାଂସଦ। ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ସହ ୬୦୩ ନବୋଦୟ ବିଦ୍ୟାଳୟର ଲାଇବ୍ରେରୀରେ ଇ-ଗ୍ରନ୍ଥାଳୟ ସଫ୍ଟେୱେର ଇନ୍‌ଷ୍ଟାଲ କରାଯାଇଛି। ଲାଇବ୍ରେରୀଗୁଡିକର ଆଧୁନିକୀକରଣ ଏକ ନିୟମତି ପ୍ରକ୍ରିୟା। ଏଥି ଲାଗି କାମ ଜାରି ରହିଛି।… ନବୋଦୟ ବିଦ୍ୟାଳୟରେ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଉଠିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଶିକ୍ଷକ ଅଭାବ ଥିବାରୁ ୨୦୬ ଶିକ୍ଷକଙ୍କୁ ସ୍ୱଳ୍ପ ମିଆଦୀ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.