କରୋନାର ୩ୟ ଲହର କମ୍‌ ମାରାତ୍ମକ ହେବ, ଏମିତି କହିଲା ଆଇଆଇଟି କାନପୁର

ନୂଆଦିଲ୍ଲୀ : ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ଵାଲଙ୍କ ଗାଣିତୀୟ ସୂତ୍ର ଅନୁଯାୟୀ କରୋନାର ୩ୟ ଲହର ବେଶୀ ମାରାତ୍ମକ ହେବନାହିଁ । ଏହା ୨ୟ ଲହର ଠାରୁ କମ୍‌ ଘାତକ ହେବ ।

କରୋନାର ୨ୟ ଲହର ଲୋକଙ୍କ ଉପରେ ବହୁ ପ୍ରଭାବ ପକାଇଛି । ଏହି ଲହରରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ଲୋକଙ୍କ ମନରେ ଏକ ଭୟ ସଂଚାର କରିଛି । ୨ୟ ଲହର ବିଭୀଷିକାକୁ ଦେଖିବା ପରେ ଲୋକେ କରୋନାର ୩ୟ ଲହରକୁ ନେଇ ଅଧିକ ଆତଙ୍କିତ ଅଛନ୍ତି । ଏହି ସମୟରେ ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ଵାଲ ଙ୍କ କରୋନାକୁ ନେଇ କରିଥିବା ଗାଣିତୀୟ ସୂତ୍ର ଲୋକଙ୍କ ମନରେ ଆଶା ସଂଚାର କରିଛି ।

iit kanpur
photo credit: abplive.com

ଶ୍ରୀ ଅଗ୍ରଓ୍ଵାଲଙ୍କ କହିବା ଅନୁସାରେ କରୋନାର ୩ୟ ଲହର ବେଶୀ ମାରାତ୍ମକ ହେବନି । କରୋନାର ୩ୟ ଲହର ଆଗାମୀ ଅକ୍ଟୋବର  -ନଭେମ୍ବର ମାସରେ ଆସିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

ଆଇଆଇଟି ପ୍ରଫେସର ପ୍ରାୟ ମାସାଧିକ କାଳ କରୋନା ଉପରେ ନିଜର ଗାଣିତିକ ମଡେଲ ଜରିଆରେ ଗବେଷଣା ଜାରି ରଖିଥିଲେ । ଗବେଷଣାରୁ ସେ ଜାଣିବାକୁ ପାଇଥିଲେ ଯେ କରୋନାର ୩ୟ ଲହର ବେଶୀ ପ୍ରଭାବଶାଳୀ ହେବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.