ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ ମିଳିଛି

କେନ୍ୟୁଜ୍(ବ୍ୟୁରୋ): ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । କରୋନା କାଳରେ ମୋଟ୍‌ ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମାସେ ଭିତରେ ମୋ ସ୍କୁଲ ଅଭିଯାନରେ ଯୋଡ଼ି ହୋଇଛନ୍ତି ୨୩ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ । ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ସେମାନେ ୧୧ କୋଟି ୫୬ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ଲାଗାତାର ୭ମ ଥର ପାଇଁ ପୁରତନ ଛାତ୍ରଛାତ୍ରୀ ସର୍ବାଧିକ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଅଗଷ୍ଟ ମାସରୁ ରାଜ୍ୟରେ ଲର୍ଣ୍ଣି କ୍ୟାମ୍ପ ହେବ । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୪୮ ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛନ୍ତି । ରାଜ୍ୟର ସବୁ ଜିଲ୍ଲାରୁ ସାମିଲ ହୋଇଛି ୩୫ ହଜାରରୁ ଅଧିକ ସ୍କୁଲ । କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ମୋ ସ୍କୁଲ ଅଭିଯାନର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.