Below header

ଆସନ୍ତା ସୋମବାର ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ , ଏହି ଲିଙ୍କରେ କରିପାରିବେ ଚେକ୍

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତା ସୋମବାର ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଅଡିଟୋରିୟମରେ ୩ ତାରିଖ ଦିନ ୧୨ଟାରେ ପ୍ରକାଶ ପାଇବ ଫଳ ପାଇବ । disharesults.nic.in ଓ chseodisha.nic.in େଓ୍ଵବ ସାଇଟରେ ରେଜଲ୍ଟ ଉପଲବଧ ହେବ । ଚଳିତବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଛାତ୍ର ଛାତ୍ରୀ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିଥିଲେ । ସେଥିରୁ ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୭ରୁ ମାର୍ଚ୍ଚ ୩୦ ତାରିଖ ଯାଏ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଏଥର ପ୍ରଥମେ ସାଧାରଣ ନିର୍ବାଚନ ଓ ପରେ ବାତ୍ୟା ଫନି ଯୋଗୁଁ ଖାତା ଦେଖାରେ ବିଳମ୍ବ ହୋଇଛି । ଏଥିପାଇଁ ରେଜଲ୍ଟ ବାହାରିବାରେ କିଛିଟା ବିଳମ୍ବ ହୋଇଛି । ଗତବର୍ଷ ମେ ୧୯ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.