ଟସ ଜିତି ପ୍ରଥମେ ବୋଲିଂ କରିବାର ନିର୍ଣ୍ଣୟ ନେଲା ନ୍ୟୁଜିଲ୍ୟାଣ୍ଡ, ଆରମ୍ଭରୁ ଶ୍ରୀଲଙ୍କର ଖରାପ ପ୍ରଦର୍ଶନ

ଆଇସିସି ବିଶ୍ବ କପ ୨୦୧୯ରେ ଆଜି ଦୁଇଟି ମ୍ୟାଚ୍ ହେବାକୁଥିବା ବେଳେ ପଥମ ମ୍ୟାଚରେ ସୋଫିଆ ଗାର୍ଡେନରେ ସାମ୍ନା ସାମ୍ନି ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା। ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲସନ୍ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀଲଙ୍କାର ଆରମ୍ଭ ଏତେଟା ଆକର୍ଷଣୀୟ ରହିନଥିଲା।

ଶ୍ରୀଲଙ୍କା ଖେଳାଳି ଲହିରୁ ଥିରମାନେ ପ୍ରଥମ ଓଭରର ପ୍ରଥମ ବଲରେ ୪ରନ ହାସଲ କରିଥିବା ବେଳେ ଅନ୍ୟବଲରେ ଏଲବିଉବ୍ୟୁ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ। ବର୍ତ୍ତମାନ ଶ୍ରୀଲଙ୍କାର ସ୍କୋର ୬ ଓଭରରେ ୩୫ ରନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.