Below header

ଟଏଲେଟ୍‌ ପାଣିରେ କରୁଥିଲେ ଚଟଣୀ, ଇଡଲୀ ଦୋକାନୀଙ୍କ ଭିଡିଓ ଭାଇରାଲ୍‌

କିଛି ଦିନ ତଳେ ମୁମ୍ବାଇ କୁର୍ଲା ରେଲେଓ୍ଵ ଷ୍ଟେସନର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଅପରିଷ୍କାର ପାଣିରେ ପ୍ରସ୍ତୁତ ହେଉଛି ଲେମ୍ବୁ ପାଣି । ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଟଏଲେଟ୍‌ ପାଣିରେ ହେଉଛି ଇଡଲୀ । ଭିଡିଓଟି ହେଉଛି ମୁମ୍ବାଇ ବୋରିବଲୀ ରେଲେଓ୍ଵ ଷ୍ଟେସନ୍‌ର ।

ଦାବି ହୋଇଛି ଯେ ଇଡଲୀ ବିକ୍ରି କରୁଥିବା ଏହି ବ୍ୟକ୍ତି ଜଣକ ଚଟଣୀରେ ବ୍ୟବହାର କରୁଛନ୍ତି ଟଏଲେଟ୍‌ ପାଣି । ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଦୋକାନୀ ଜଣକ ଏକ କେନରେ ଶୌଚାଳୟରୁ ପାଣି ଏକ କେନରେ ଭର୍ତ୍ତି କରୁଛନ୍ତି । ଯେତେବେଳେ ଭିଡିଓ ବନାଉଥିବା ବ୍ୟକ୍ତି ଜଣକ ଏହାର ବିରୋଧ କରୁଛନ୍ତି ସେତେବେଳେ ସେ ପାଣିକୁ ଫିଙ୍ଗି ନିଜ ଦୋକାନକୁ ଫେରିଯାଉଛନ୍ତି । ଏବଂ ଇଡଲୀ ବିକ୍ରି କରିବା ଆରମ୍ଭ କରିଦେଉଛନ୍ତି ।

ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଏଫଡିଏ ଏହାର ତଦନ୍ତ ଆରମ୍ଭ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.