ଭୋଡାଫୋନ ଲଞ୍ଚ କରିଛି ସବୁଠାରୁ ଶସ୍ତା ପ୍ଳାନ, ଅନଲିମିଟେଡ୍ କଲିଂ ସହ ଦୈନିକ ମିଳିବ ୨ ଜିବି ଡାଟା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ ନିଜ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ଏବଂ ଶସ୍ତା ପ୍ରି-ପେଡ ପ୍ଳାନ ଲଞ୍ଚ କରିଛି। ଭୋଡାଫୋନ ଏହି ପ୍ଳାନର ମୂଲ୍ୟ ୨୨୯ଟଙ୍କା ରଖିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଂ ଏବଂ ଦୈନିକ ୨ଜିବି ଡାଟାର ସୁବିଧା ମିଳିବ। କମ୍ପାନୀ ଏହାର ବୈଧତା ୨୮ ଦିନ ରଖିଥିବା ବେଳେ ଏଥିରେ ଗ୍ରାହକଙ୍କୁ ସମୁଦାୟ ୫୬ଜିବି ଡାଟା ମିଳିବ।

vodafone

ଭୋଡାଫୋନର ଏହି ଶସ୍ତା ପ୍ଳାନରେ ଗ୍ରାହକଙ୍କୁ ଲୋକାଲ, ଏସଡି ଏବଂ ରୋମିଂ ଅନଲିମିଟେଡ କଲିଂର ସୁବିଧା ମିଳିବ। ଏହାସହ ଏହି ପ୍ଳାନରେ ଗ୍ରାହକଙ୍କୁ ଦୈନିକ ୧୦୦ ଏସଏମଏସର ସୁବିଧା ମିଳିବ। ଏହା ବ୍ୟତିତ କମ୍ପାନୀ ଏଥିରେ ଭୋଡାଫୋନ ପ୍ଳେ ଆପର ସୁବିଧା ଯୋଗାଇଛି ଯାହା ସାହାଯ୍ୟରେ ଗ୍ରାହକ ମାଗଣା ଲାଇଭ ଟିଭି, ଫିଲ୍ମ ଆଦି ଦେଖିବାର ମଜା ଉଠାଇପାରିବେ।

କହିବାକୁ ଚାହିଁବୁ ଏହା ପୂର୍ବରୁ ଭୋଡାଫୋନ ଏହାର ସମସ୍ତ ସର୍କଲ ପାଇଁ ୨୫୫ଟଙ୍କାର ପ୍ଳାନ ଲଞ୍ଚ କରିଥିଲା କିନ୍ତୁ ଏବେ ସେହି ପ୍ଳାନକୁ ହଟାଇ ଏହି ନୂଆ ପ୍ଳାନ ଲଞ୍ଚ କରାଯାଇଛି। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ୨୨୯ ଟଙ୍କା ପ୍ଳାନରେ ୨୫୫ପ୍ଳାନ ଭଳି ସମସ୍ତ ସୁବିଧା ଗ୍ରାହକଙ୍କୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.