ଖୁବ ଶୀଘ୍ର ଆସିବ ହାଇଡ୍ରୋଜେନ ଇନ୍ଧନରେ ଉଡୁଥିବା ବିଶ୍ବର ପ୍ରଥମ ଏୟାର କ୍ରାଫ୍ଟ, ଜାଣନ୍ତୁ ଏହାର ବିଶେଷତ୍ବ

ଆମେରିକା : ଟେକ୍ନୋଲଜି ଫାର୍ମ ଆଲକା ଆଇ ଟେକ୍ନୋଲଜି ହାଇଡ୍ରୋଜେନ ଇନ୍ଧନରେ ଚାଲୁଥିବା ମଲଟି ରୋଟର ଏୟାର କ୍ରାଫ୍ଟର ମଡେଲ ପ୍ରଦର୍ଶନ କରିଛି । ଯେଉଁଥିରେ ଏକାସାଙ୍ଗରେ ୫ ଲୋକ ବସି ପାରିବେ । କମ୍ପାନୀ ଏହାକୁ ଆମେରିକାର ଲସ ଏଞ୍ଜଲସ ସହରରେ ଥିବା ନ୍ୟୁବେରି ପାର୍କରେ ବିଏମ ଡବ୍ଲୁୟ ଗ୍ରୁପର ଡିଜାଇନ ୱାର୍କ ଷ୍ଟୁଡିଓରେ ପ୍ରଦର୍ଶିତ କରିଛି । multi roter aircraftକମ୍ପାନୀ ଦାବି କରିଛି ଯେ,ଏହା ଜିରୋ ଇମିସିୟନରେ ତିଆରି କରାଯାଇଥିବା ବ୍ୟକ୍ତିଗତ ଉଡାଯାହାଜ ଅଟେ । ଏହି ବିମାନ ସେହି ସବୁ କ୍ଷେତ୍ର ପାଇଁ ବିଶେଷ ଫାଇଦା ହୋଇଥାଏ ଯେଉଁଠାରେ କୁହୁଡି ଲାଗି ଯାତାୟତ ଠପ ହୋଇଯାଇଥାଏ । କମ୍ପାନୀ ଏହାକୁ ଦୂନିଆର ପ୍ରଥମ ହାଇଡ୍ରୋଜେନ ସେଲ ଫୁଏଲ ସେଲ ବିମାନ ବୋଲି କହିଛି ଓ ୨୦୨୧ ସୁଦ୍ଧା ଏହାର ପ୍ରଥମ ମଡେଲ ବିକ୍ରୟ ପାଇଁ ଆସିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.