Below header

ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ସଜାଗ ଓଡ଼ିଶା ଅଗ୍ନିଶମ ବିଭାଗ : ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସେଣ୍ଟରରେ ଚଢ଼ାଉ

ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍ରେ ଓଡ଼ିଶା ଅଗ୍ନିଶମ ବିଭାଗ । ବ୍ରହ୍ମପୁର,ବାଲେଶ୍ୱର ଓ ସମ୍ବଲପୁରର ୧୦ଟି ଏବଂ ରାଉରକେଲାର ୧୩ଟି ଶିକ୍ଷାନୁଷ୍ଠାନରେ ଚଢାଉ ହୋଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇଛି କି ନାହିଁ ଯାଞ୍ଚ କରିଛନ୍ତି ଟିମ୍। ହଠାତ୍ ନିଆଁ ଲାଗିଲେ କିଭଳି ଲିଭାଇବେ? ଲାଇସେନ୍ସ ଅଛି କି ନାହିଁ? ଏଭଳି ବିଭିନ୍ନ ଦିଗକୁ ନେଇ ତନ୍ନତନ୍ନ ଯାଞ୍ଚ କରୁଥିଲେ ଅଗ୍ନିଶମ ବାହିନୀ ଟିମ୍‌ା ଛାତ୍ରଛାତ୍ରୀମାନଙ୍କୁ ବି ସଚେତନ କରାଇଥିଲେ। ।

ଯେଉଁ ସବୁ କୋଚିଂ ସେଣ୍ଟରରେ ତ୍ରୁଟି ଦେଖାଯାଇଛି ସେମାନଙ୍କୁ ନୋଟିସ କରାଯାଇଛି । ତାପରେ ସୁଧାର ନଆସିଲେ କାର‌୍ୟ୍ୟାନୁଷ୍ଠାନ ନେବେ ଅଗ୍ନିଶମ ବିଭାଗ । ଏ ନେଇ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମର ଶର୍ମା ଟ୍ଵିଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗ ପକ୍ଷରୁ ରେଡ ହୋଇଥିଲା । ଗୁଜରାଟ ସୁରତରେ କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ରାଜ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

fir safty 2

ବାଲେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢାଉ। ବାଲେଶ୍ୱର ସହରର ୧୦ଟି ଶିକ୍ଷାନୁଷ୍ଠାନ ଉପରେ ଅଗ୍ନିଶମ ବିଭାଗ ୧୦ଟି ଟିମ୍ କରି ଚଢାଉ କରିଛନ୍ତି । ଯାଞ୍ଚ ପ୍ରକ୍ରିୟାରେ ଫାୟାର ଅଫିସର ସମେତ ବହୁ କର୍ମଚାରୀ ସାମିଲ ହୋଇଛନ୍ତି। ଶିକ୍ଷାନୁଷ୍ଠାନରେ ନିଆଁ ଲାଗି ଦୁର୍ଘଟଣା ଘଟିଲେ କିଭଳି ନିଜକୁ ସୁରକ୍ଷା ଦେଇପାରିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଛି। ସ୍ଥାନୀୟ ବରିଷ୍ଠ ଫାୟାର ଅଫିସର ପି ସୋରେନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ୱର ରିପୋର୍ଟର ଆଶୁତୋଷ ମଲ୍ଲିକ।

fire safety

ସେପଟେ ରାଉରକେଲାର ୧୩ଟି ଘରୋଇ କୋଚିଂ ସେଣ୍ଟରରେ ଚଢାଉ କରିଛି ଅଗ୍ନିଶମ ବିଭାଗ । ୧୦ଟି ଟିମ୍ କୋଚିଂ ସେଣ୍ଟର ଯାଇ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କୁ ସଚେତନତା କରିଥିଲା ।

ବ୍ରହ୍ମପୁରରେ ବି ବିଭିନ୍ନ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଞ୍ଚ। କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲେ ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଭାବେ ବାହାରି ପାରିବେ ଓ ଏହାର ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ତାର ଯାଞ୍ଚ କରାଯାଇଛି। ଏହାସହ ନିଆଁକୁ ଆୟତ୍ତ କରାଯାଇପାରିବ ତାକୁ ଡେମୋ ମାଧ୍ୟମରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପ୍ରଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.