Below header

ଟ୍ରେନରେ ମୋଦି ଏବଂ କେଜରିୱାଲଙ୍କ ନାମ ଧରି ବ୍ୟକ୍ତି ବିକ୍ରି କରୁଥିଲେ ଖେଳଣା, କିନ୍ତୁ କାହିଁକି ହେଲେ ଗିରଫ ଜାଣନ୍ତୁ

ଆରପିଏଫ ଗୁଜୁରାଟ ସୁରତରୁ ଟ୍ରେନରେ ଖେଳଣା ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଗୋଟେ ଭିଡିଓ ଭାଇରାଲ ହେବା ପରେ ହିଁ ଏହି ଯୁବକଙ୍କୁ ଗିରଫ କରାଯାଇଛି। ଭିଡିଓରେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମତେ ଅନ୍ୟ ନେତାଙ୍କ ମିମିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା। ଯୁବକଙ୍କର ପରିଚୟ ମିଳିଛି।

ସେ ବାରଣାସୀର ବାସିନ୍ଦା ଅଟନ୍ତି। ଆରପିଏଫ ଯୁବକଙ୍କୁ ଟ୍ରେନରେ ବେଆଇନ ଭାବେ ଚଢ଼ିବା, ରେଳ ଯାତ୍ରା ସମୟରେ ପାଟି କରିବା ଏବଂ ଅଭଦ୍ର ଭାଷାର ପ୍ରୟୋଗ କରିବା ସହିତ ଅନ୍ୟ ଅପରାଧରେ ମାମଲା ରୁଜୁ କରାଯାଇଛି। ଗତ କିଛି ଦିନ ହେବ ୬ ମିନିଟର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେହି ଯୁବକ ଖେଳଣା ବିକ୍ରି କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କର ନକଲ କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ଆରପିଏଫ ଅନୁଯାୟୀ ଯୁବକ ଜଣଙ୍କ ଟ୍ରେନରେ ଖେଳଣା ବିକ୍ରି କରିବା କାମ କରନ୍ତି। ତାଙ୍କ ଉପରେ ଅନଧିକ୍ରୁତ ଭାବରେ ଜିନିଷ ବିକ୍ରି କରିବା ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.