Below header

ପୁଣି ସାଧାରଣ ଜନତାଙ୍କ ରୋଷେଇ ଘର ଉପରେ ପଡିଲା ପ୍ରଭାବ, ବଢ଼ିଲା ସବସିଡି ଗ୍ୟାସର ମୂଲ୍ୟ

ନୂଆଦିଲ୍ଲୀ : ସାରାଦେଶରେ ପୁଣି ଥରେ ଖାଇବା ଗ୍ୟାସ ସିଲିଣ୍ଡରର ମୂଲ୍‌୍ୟ ବଢ଼ିଛି । ଗତରାତି ୧୨ଟା ପରଠାରୁ ଏଲପିଜି ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ ଘଟିଛି। କହିବାକୁ ଗଲେ ପୁଣି ଥରେ ସାଧାରଣ ଜନତାଙ୍କ ରୋଷେଇ ଘର ଉପରେ ପ୍ରଭାବ ପଡିଛି। ୧ ଜୁନରୁ ଅର୍ଥାତ୍‌ ଆଜିଠାରୁ ଗ୍ୟାସର ମୂଲ୍ୟ ପୂର୍ବ ଅପେକ୍ଷା ୧ଟଙ୍କା ୨୫ ପଇସା ମହଙ୍ଗା ହୋଇଛି।

lpg

ଦେଶର ସବୁଠାରୁ ବଡ ତେଲ କମ୍ପାନୀ ଇଣ୍ଡିଆନ ଅଏଲ ସୂଚନା ଦେବାକୁ ଯାଇ କହିଛନ୍ତି, ଦେଶର ରାଜଧାନୀ ଦିଲ୍ଲୀରେ ୧ଜୁନରୁ ସବସିଡି ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୯୭ ଟଙ୍କା ୩୭ ପଇସାରେ ବିକ୍ରି କରାଯିବ। ମେ ମାସରେ ଏହାର ମୂଲ୍ୟ ୪୯୬ଟଙ୍କା ୧୪ ପଇସା ରହିଥିଲା। ସେହିପରି ବିନା ସବସିଡି ସିଲିଣ୍ଡରର ମୂଲ୍ୟରେ ୨୫ପଇସା ବୃଦ୍ଧି କରାଯାଇ ୭୧୨ଟଙ୍କା ୫୦ପଇସା କରାଯାଇଛି ଏବଂ ଜୁନରେ ଏହାର ମୂଲ୍ୟ ୭୩୭ଟଙ୍କା ୫୦ ପଇସା ରହିଛି।

ଇଣ୍ଡିଆନ ଅଏଲର ବୟାନ ଅନୁଯାୟୀ, ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଇବା ରୋଷେଇର ମୂଲ୍ୟ ପରିବର୍ତ୍ତନ ଏବଂ ଡଲାର ତୁଳନାରେ ଟଙ୍କାର ଦରରେ ହୋଇଥିବା ପରିବର୍ତ୍ତନ ଗ୍ୟାସ ମୂଲ୍ୟ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.