କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଗୃହମନ୍ତ୍ରୀ ଭାବେ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂହ ଦାୟିତ୍ୱ ନେଇଛନ୍ତି

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଅମିତ ଶାହ । ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ମନ୍ତ୍ରୀ ହୋଇଛନ୍ତି ଶାହ । ପ୍ରଥମ ଥର ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । ମାଓବାଦ ଓ ଆଇନ ଶୃଙ୍ଖଳା ଭଳି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଗୁରୁ ଦାୟିତ୍ୱ ବୁଝିବେ, ଅମିତ ଶାହ ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଭାବେ ଆଜି ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି ରାଜନାଥ ସିଂହ । ଗତ ସରକାରରେ ଗୃହମନ୍ତ୍ରୀ ଥିବା ରାଜନାଥ ସିଂହ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । ଦାୟିତ୍ୱ ନେବା ପୂର୍ବରୁ ରାଜନାଥ ଇଣ୍ଡିଆ ଗେଟ୍‌ ସ୍ଥିତ ନେସନାଲ ଓ୍ଵାର ମେମୋରିଆଲ ପହଞ୍ଚିଥିଲେ ରାଜନାଥ । ସହିଦ ଯବାନଙ୍କୁ ରାଜନାଥ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଜନାଥଙ୍କ ସହ ତିନ ସେନା ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.