ପୁରୀ: ଗତକାଲି ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ଦୁଇ ଯୁବକ, ଆଜି ଉଦ୍ଧାର ହେଲା ମୃତଦେହ

ପୁରୀ(କେନ୍ୟୁଜ୍):  ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ନିଖୋଜ ଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। ପ୍ରଥମେ ଦିଗବାରିଣୀ ଛକ ସମ୍ମୁଖ ବେଳାଭୂମିରୁ ମୃତଦେହ ଉଦ୍ଧାର ହୋଇଛି। ଯୁବକ ହେଲେ ଉତ୍ତରପ୍ରଦେଶ ଛିତ୍‌ର ୨୧ ବର୍ଷୀୟ ଅନୀଲ ଶିଖରୱାଲ୍‌ । ପେଣ୍ଠକଟା ଶ୍ରୀବିହାର ନିକଟ ବେଳାଭୂମିରୁ ଉତ୍ତରପ୍ରଦେଶ ସୋନ୍‌ର ୨୧ ବର୍ଷୀୟ ବିଜୟ ପାଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ଯୁବକ ଦୁଇଜଣ ପୁରୀ ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ। ଗତକାଲିଠୁ ଅଗ୍ନି ଓ ଲାଇଫଗାର୍ଡ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲେ।