Below header

ପୁରୀ ବେଳାଭୂମୀରୁ ଦୁଇ ବର୍ଷର ଝିଅ ଅପହରଣ ହେବାର ୧୫ଦିନ ବିତିଲାଣି, ବାପା ମା’ଙ୍କ ପେଟରେ ଦାନା ପଡୁନି

ଗ୍ରାହକ ବେଶରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ପଇଡ ପିଇ ରାଧାକୁ ଅପହରଣ କରି ନେଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଧାଙ୍କ ବାପାମାଆ। ଏନେଇ ସେମାନେ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିଂତୁ ଏଯାଏଁ ରାଧାର କୌଣସି ପତ୍ତା ମିଳୁନାହିଁ।

ପୁରୀ(କେନ୍ୟୁଜ୍): ଦୁଇ ବର୍ଷର ଝିଅ ଅପହରଣ ହେବାର ୧୫ଦିନ ବିତିଲାଣି। ଏଯାଏ ଝିଅର ପତ୍ତା ମିଳୁନି। କାନ୍ଦି କାନ୍ଦି ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି। ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଲାଇଟହାଉସ୍ ନିକଟ ବେଳାଭୂମିରୁ ଗତ ୨୬ ତାରିଖରେ ଅପହରଣ ହୋଇଥିଲା ଅଢେଇ ବର୍ଷର ଝିଅ ରାଧା। କଟକ ନିଆଳି ଅଞ୍ଚଳର ସଞ୍ଜୟ ମଲ୍ଲିକ ଓ ସସ୍ମିତା ମଲ୍ଲିକ ପୁରୀ ସମୁଦ୍ରକୂଳରେ ପଇଡ ବିକି ପରିବାର ଗୁଜୁରାଣ କରୁଥିଲେ। ଜୁଲାଇ ୨୬ ତାରିଖ ସଂଧ୍ୟାରେ ଏକ କାର୍ ଆସି ସେମାନଙ୍କ ଠାରୁ ପଇଡ କିଣିଥିଲେ। ଗ୍ରାହକ ବେଶରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ପଇଡ ପିଇ ରାଧାକୁ ଅପହରଣ କରି ନେଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଧାଙ୍କ ବାପାମାଆ। ଏନେଇ ସେମାନେ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିଂତୁ ଏଯାଏଁ ରାଧାର କୌଣସି ପତ୍ତା ମିଳୁନାହିଁ।

ଝିଅ ନିଖୋଜ ହେବା ପରଠାରୁ ଘରେ ଚୁଲି ବି ଲାଗୁନାହିଁ। ମୋବାଇଲରେ ସାଇତା ଝିଅର ଫଟୋ ଓ ଭିଡିଓ ଦେଖି ଛାତି ଫଟେଇ କାନ୍ଧୁଛନ୍ତି ବାପା ମାଆ। ଅପହରଣ ପଛରେ ଅଙ୍ଗ ଚୋରୀ ରାକେଟକୁ ସନ୍ଦେହ କରିଛନ୍ତି। ସେପଟେ ପୁରୀ ଅତରିକ୍ତ ଏସପି, ସିଟି ଡିଏସପି ଓ ବଳିଆପଣ୍ଡା ଥାନା ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିବା କହିଛନ୍ତି ଏସପି କନୱର ବିଶାଲ ସିଂ। ଖୁବଶୀଘ୍ର ଦୁର୍ବୁତ୍ତ ମାନଙ୍କୁ କାବୁ କରି ରାଧାକୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.