Below header

ସରକାରୀ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ! ୟୁରିନ୍‌ ବ୍ୟାଗ୍‌ ବଦଳରେ ଲଗାଇଦେଲେ କୋଲ୍ଡ ଡ୍ରିଙ୍କ୍‌ ବୋତଲ

ଦେଶର ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି, ଯାହାର ଏକ ସଦ୍ୟତମ ଚିତ୍ର ସାମ୍ନାକୁ ଆସିଛି। ବିହାରର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଅତି ଅବହେଳିତ ଅବସ୍ଥାରେ ରହିଛି।

ଦେଶର ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି, ଯାହାର ଏକ ସଦ୍ୟତମ ଚିତ୍ର ସାମ୍ନାକୁ ଆସିଛି। ବିହାରର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଅତି ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ଭଗବାନଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା। ଜମୁଇସ୍ଥିତ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ୟୁରିନ୍‌ ବ୍ୟାଗ୍‌ ବଦଳରେ କୋଲ୍ଡ ଡ୍ରିଙ୍କ୍‌ର ବୋତଲ ଲଗାଇ ଦିଆଯାଇଛି।

ମିଳିଥିବା ଖବର ମୁତାବକ, ଜମୁଇର ଝାଝା ରେଳଧାରଣା ଉପରେ ମଙ୍ଗଳବାର ରାତିରେ ଆହତ ଅବସ୍ଥାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ପଡ଼ିଥିଲେ। ରେଳେଓ୍ଵ ପୋଲିସ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ଏଠାରେ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ବୃଦ୍ଧଙ୍କୁ ୟୁରିନ୍‌ ବ୍ୟାଗ୍‌ ବଦଳରେ କୋଲ୍ଡ ଡ୍ରିଙ୍କ୍‌ର ବୋତଲ ଲଗାଇ ଦେଇଥିଲେ।

ହସ୍ପିଟାଲର ଏଭଳି ଦାୟିତ୍ୱହୀନତା ଘଟଣାର କେହି ଜଣେ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଦେଇଥିଲେ। ଯେତେବେଳେ ଏହି ଭିଡିଓ ଭାଇରାଲ ହୋଇଥିଲା, ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ କୋଲ୍ଡ ଡ୍ରିଙ୍କ୍‌ ବୋତଲ ହଟାଇ ୟୁରିନ୍‌ ବ୍ୟାଗ୍‌ ଲଗାଇ ଦେଇଥିଲେ।

ଏ ସମ୍ପର୍କରେ ଜମୁଇ ସଦର ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ହସ୍ପିଟାଲରେ ୟୁରିନ୍‌ ବ୍ୟାଗ୍‌ର ଷ୍ଟକ୍‌ ଅନେକ ଦିନରୁ ଶେଷ ହୋଇଯାଇଥିଲା। କିନ୍ତୁ ଏହା ବଦଳରେ କୋଲ୍ଡ ଡ୍ରିଙ୍କ୍‌ ବୋତଲ ଲଗାଇବା ଏକ ଗମ୍ଭୀର ମାମଲା। ଏହି ମାମଲାର ତଦନ୍ତ କରି ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.