ପ୍ରାର୍ଥନା ସଭାରେ ଜାତୀୟ ସଂଗୀତ ଗାନ କରୁଥିବା ବେଳେ ଟଳିପଡିଲେ ଛାତ୍ରୀ, ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ସୂଚନା

ସ୍କୁଲରେ ପ୍ରାର୍ଥନା ସଭାରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ଜାତୀୟ ସଂଗୀତ ଗାଉଥିବା ବେଳେ ଟଳିପଡିଲେ ଛାତ୍ରୀ । ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । କର୍ଣ୍ଣାଟକର ଚାମରାଜନଗରରେ ଘଟିଛି ଏମିତି ଘଟଣା ।

ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରୀଙ୍କୁ ହାର୍ଟଆଟାକ ଆସିବାରୁ ମୃତ୍ୟୁ ହୋଇଛି । ପ୍ରାର୍ଥନା ସଭାରେ ହାର୍ଟଆଟାକ ଯୋଗୁଁ ସେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତକ ଛାତ୍ରୀଙ୍କ ନାମ ପେଲିଶା । ଛାତ୍ରୀଙ୍କ ବୟସ ୧୬ ବର୍ଷ । ସେ ଦଶମ ଶ୍ରେଣୀରେ ପଢୁଥିଲେ । କର୍ଣ୍ଣାଟକ ଚାମରାଜନଗର ଜିଲ୍ଲାର ଗୁଡଲପେଟ ସ୍ଥିତ ସ୍କୁଲରେ ୧୦ ଶ୍ରେଣୀରେ ପଢୁଥିଲେ ପେଲିଶା । ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ସ୍କୁଲରେ ପ୍ରାର୍ଥନା କରୁଥିଲେ । ଜାତୀୟ ସଂଗୀତ ଗାଉଥିବା ବେଳେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା ।

ପ୍ରଥମେ ସ୍କୁଲର ଶିକ୍ଷକ ଛାତ୍ରୀର ମୁଣ୍ଡ ବୁଲାଇବା ଭାବିଥିଲେ । କିନ୍ତୁ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଅନେକ ଚେଷ୍ଟା କରିଥିବା ସତ୍ତ୍ୱେ ଛାତ୍ରୀଙ୍କୁ ବଞ୍ଚାଇପାରିନଥିଲେ । ତେବେ ଛାତ୍ରୀ ଜଣକ ହାର୍ଟଆଟାକରେ ମରିଥିବା ଜଣାପଡିଛି ।

କିନ୍ତୁ ଏହି ଘଟଣାରେ ପୋଲିସ ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପେଲିଶା ଜଣେ ମେଧାବୀ ଛାତ୍ରୀ ଥିଲେ । ପେଲିଶାଙ୍କ ମୃତ୍ୟୁରେ ସ୍କୁଲରେ ପିଲା ଏବଂ ଶିକ୍ଷକ ସମସ୍ତଙ୍କୁ ଝଟକା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.