କଂଗ୍ରେସରେ ମିଶିବେ ଶିଶିର ଗମାଙ୍ଗ, ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କୁ ଭେଟିଲେ

ଆମ ପରିବାରର କଂଗ୍ରେସକୁ ଘରବାହୁଡ଼ା ହେବ ବୋଲି କହିଛନ୍ତି ଶିଶିର ଗମାଙ୍ଗ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଛି ।

କେନ୍ୟୁଜ୍(ବ୍ୟୁରୋ):  ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଂକୁ ଭେଟିଲେ ଶିଶିର ଗମାଙ୍ଗ । ଆଜି ସକାଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶିଶିର ଗମାଙ୍ଗ କଂଗ୍ରେସରେ ମିଶିବା ନେଇ କଥାବାର୍ତ୍ତା କରିଛନ୍ତି । ଏନେଇ ଶିଶିର ଗମାଙ୍ଗଙ୍କ ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରେସକୁ ଫେରିବା ନେଇ ଚେଲ୍ଲାକୁମାରଙ୍କ ଆଲୋଚନା ହୋଇଛି । ଏହି ଆଲୋଚନା ସକାରାତ୍ମକ ରହିଛି । ପରିବାର ସହ କଂଗ୍ରେସ ଦଳକୁ ଫେରିବାକୁ ଇଚ୍ଛୁକ ।

ଆମ ପରିବାରର କଂଗ୍ରେସକୁ ଘରବାହୁଡ଼ା ହେବ ବୋଲି କହିଛନ୍ତି ଶିଶିର ଗମାଙ୍ଗ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଛି । ଏକଦା ଦକ୍ଷିଣ ଓଡ଼ିଶାର କଂଗ୍ରେସର ମେରୁଦଣ୍ଡ ଥିଲେ ଗିରିଧର । ୧୯୭୨ରୁ ୨୦୦୪ ପର୍ଯ୍ୟନ୍ତ ୯ ଥର କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକଟରେ ସାଂସଦ ହୋଇଥିଲେ । ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ଏବର୍ଷ ବିଜେପି ଛାଡ଼ି ବିଆରଏସ୍ ଦଳରେ ଯୋଗଦେଇଥିଲେ । ନିକଟରେ କେସିଆରଙ୍କ ବିଆରଏସ୍ ଦଳରେ ଯୋଗ ଦେଇଥିଲେ ଗମାଙ୍ଗ ବାପା-ପୁଅ ।BRS ଓଡ଼ିଶା ଆସିବା ନେଇ ଅନିଶ୍ଚିତତା ରହିଥିବା ଶିଶିର ଗମାଙ୍ଗ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.