ସଂସଦରେ ଫ୍ଲାଇଂ କିସ୍‌ ଦେଲେ ରାହୁଲ ଗାନ୍ଧି, ବାଚସ୍ପତିଙ୍କୁ ଅଭିଯୋଗ କଲେ ମହିଳା ସାଂସଦ ଦଳ

ଫ୍ଲାଇଂ କିସ୍‌ ଦେଇଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ନିଜ ଭାଷଣ ଶେଷ କରି ସଂସଦରୁ ବାହାରିବା ସମୟରେ ରାହୁଲ ଗାନ୍ଧି ମହିଳା ସାଂସଦମାନଙ୍କୁ ଲକ୍ଷ୍ୟ କରି ଫ୍ଲାଇଂ କିସ୍‌ ଦେଇଥିଲେ।

ଫ୍ଲାଇଂ କିସ୍‌ ଦେଇଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ନିଜ ଭାଷଣ ଶେଷ କରି ସଂସଦରୁ ବାହାରିବା ସମୟରେ ରାହୁଲ ଗାନ୍ଧି ମହିଳା ସାଂସଦମାନଙ୍କୁ ଲକ୍ଷ୍ୟ କରି ଫ୍ଲାଇଂ କିସ୍‌ ଦେଇଛନ୍ତି।

ଲୋକସଭାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋ ପୂର୍ବରୁ ଯାହାଙ୍କୁ ଏଠାରେ କହିବାକୁ ମଉକା ମିଳିଥିଲା, ସେ ଆଜି ଅସଭ୍ୟତାର ପରିଚୟ ଦେଇଛନ୍ତି। ନିଜ ଭାଷଣ ଶେଷ କରିବା ପରେ ସେ ଅଭଦ୍ର ବ୍ୟବହାର କରିଛନ୍ତି। ଯେଉଁ ସଂସଦରେ ମହିଳାମାନେ ବସିଛନ୍ତି, ସେହି ସଂସଦରେ ସେ ଫ୍ଲାଇଂ କିସ୍‌ର ଇସାରା ଦେଇଛନ୍ତି। ଏମିତି ବ୍ୟବହାର କେବଳ ଜଣେ Misogynist ବ୍ୟକ୍ତି ହିଁ କରିପାରିବ।

ସ୍ମୃତି ଇରାନୀ ଆହୁରି କହିଥିଲେ, ଏମିତି ଗାରିମା ବିହୀନ ଆଚରଣ ଏହି ଦେଶର ସଦନରେ କେବେ ବି ଦେଖାଯାଇ ନାହିଁ। ଏହା ସେହି ଖାନଦାନ୍‌ର ଲକ୍ଷଣ, ଯାହା ଆଜି ଦେଶ ଜାଣିବାକୁ ପାଇଛି।

ବିଜେପି ସାଂସଦ ପୁନମ୍‌ ମହାଜନ କହିଛନ୍ତି କି, ରାହୁଲ ଗାନ୍ଧି ଗୃହରେ ଯେଉଁ ହରକତ ଆଜି କରିଛନ୍ତି, ତାହା ଅସଂସଦୀୟ। ଆମେ ଏହାକୁ ବିରୋଧ କରୁଛୁ ଏବଂ ଏ ନେଇ ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ କରିଛୁ। କହି ରଖୁଛୁ ଯେ ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍‌ ପରେ ମହିଳା ସାଂସଦମାନଙ୍କର ଏକ ଦଳ ଏ ସମ୍ପର୍କରେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.